Below header

ଏବେ ଦ୍ବିଗୁଣ ହେବ IPLର ମଜା, ଟାଟା ସ୍କାଏ ଏବଂ ଏୟାରଟେଲର ଗ୍ରାହକଙ୍କୁ ଦେଉଛି ସ୍ପେଶାଲ ଅଫର

ନୂଆଦିଲ୍ଲୀ : ଆଇପିଏଲର ସିଜିନ୍ ଦେଖିବା ପାଇଁ ଟାଟାସ୍କାଏ ଏବଂ ଏୟାରଟେଲ ନିଜର ଡିଜିଟାଲ ଟିଭି ଗ୍ରାହକଙ୍କ ପାଇଁ ଆଣିଛି ଏକ ଦମଦାର ଅଫର। ଏନେଇ କମ୍ପାନି ଗ୍ରାହକଙ୍କୁ ମାଗଣାରେ ଖେଳ ଚ୍ୟାନେଲ ଦେବାକୁ ଯାଉଛି। ଭାରତରେ ଏବେ ଆଇପିଏଲ ଖେଳ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି। ଏଣୁ ଏହି ସମୟରେ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ପାଇଁ ଦୁଇ ଡିଟୁଏଚ କମ୍ପାନି ଏହି ଅଫର ସ୍କ୍ରିମକୁ ଆରମ୍ଭ କରିଛନ୍ତି।

ଟ୍ରାଇର ନୂଆ ନିୟମ ପରେ ଡିଟୁଏଚ୍ କମ୍ପାନିଗୁଡିକର କିଛିଟା ଅସୁବିଧା ବଢ଼ିଛି। କିନ୍ତୁ ଏବେ ଏହାକୁ ଶେଷ କରିବାର ପ୍ରସ୍ତୁତି କରୁଛନ୍ତି କମ୍ପାନି। ଆଇପିଏଲର ଲୋକପ୍ରିୟତାକୁ ଦେଖି ଡିଟୁଏଚ ଫ୍ରୋଭାଇଡର ଗ୍ରାହକଙ୍କ ପାଇଁ ମାଗଣା ଲିଗ୍ ପ୍ରସାରଣ କରିବ ବୋଲି କହିଛି।

ipl

ଟାଟାସ୍କାଏ ପୂର୍ବରୁ ଘୋଷଣା କରିଥିଲା, ସେ ତାହାର ଗ୍ରାହକଙ୍କୁ ମାର୍ଚ୍ଚ ୨୩ ତାରିଖରୁ Star Sports 1ର ସବୁ ଭାଷାର ଚ୍ୟାନେଲର ମାଗଣା ସବସ୍କ୍ରିପସନ ଦେବ। କମ୍ପାନି ଏଥିପାଇଁ କୌଣସି ଆଡିସନାଲ ଚାର୍ଜ ନନେଇ ଆଇପିଏଲ ଫାଇନାଲ ମ୍ୟାଚ୍ ପର‌୍ୟ୍ୟନ୍ତ ଅର୍ଥାତ୍ ମଇ ୧୯ ପର‌୍ୟ୍ୟନ୍ତ ଏହାକୁ ମାଗଣା ଦେବ।

ସେହିପରି ଏୟାରଟେଲ ଡିଜିଟାଲ ଟିଭି ନିଜର ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଆଇପିଏଲ ୨୦୧୯ ସିଜିନରେ ଖେଳ ଚ୍ୟାନେଲ ଗୁଡିକ ମାଗଣା କରାଯାଇଛି। ଏୟାରଟେଲ ଟିଭିର ନୂଆ ସବ୍ରିସ୍କ୍ରିପସନ ନେଇଥିବା ଗ୍ରାହକଙ୍କୁ ମଧ୍ୟ ମଇ ୧୯ ପର‌୍ୟ୍ୟନ୍ତ ସମସ୍ତ ଖେଳ ଚ୍ୟାନେଲ ମାଗଣା ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.