Below header

ଯାଜପୁରରେ ୨୦ଜଣ ବ୍ରାହ୍ମଣ ପିଲାମାନଙ୍କର ସାମୁହିକ ବ୍ରତୋପନୟନ, ସମସ୍ତ ଖର୍ଚ୍ଚ ଉଠାଇଲା ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦ ପକ୍ଷରୁ ଦ୍ୱାଦଶ ବାର୍ଷିକ ସାମୁହିକ ବ୍ରତୋପନୟନ ସେବା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରମୋଦ କୁମାର ଦାଶଙ୍କ ତତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲାରୁ ୨୦ଜଣ ଆର୍ଥିକ ଅନଗ୍ରସର ବ୍ରାହ୍ମଣ ପିଲାମାନଙ୍କର ସାମୁହିକ ବ୍ରତୋପନୟନ କରାଯାଇଛି । ବ୍ରତୋପନୟନ କାର୍ଯ୍ୟ ଶେଷ ପରେ ବ୍ରହ୍ମଚାରୀମାନେ ବ୍ରତଭିକ୍ଷା ଗ୍ରହଣ କରିଥିଲେ । ବରାହଙ୍କ ଦର୍ଶନ କରି ପ୍ରସାଦ ସେବନ ପରେ ପିତାମାତାଙ୍କ ସହ ନିଜ ନିଜ ଘରକୁ ଫେରିଥିଲେ । ବିଦ୍ୟୁତ ପରିଷଦ ଦ୍ୱାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ନିଜ ଖର୍ଚ୍ଚରେ ବ୍ରତ ହୋଇପାରିନଥିବା ଗରିବ ପିଲା ଓ ସେମାନଙ୍କ ପରିବାର ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏହି ସାମାଜିକ କଲ୍ୟାଣ କାର୍ଯ୍ୟ ଜରିଆରେ ଅନେକ ଗରିବ ବ୍ରାହ୍ମଣ ପରିବାର ମଙ୍ଗଳ ହୋଇପାରୁଛି ବୋଲି କହିଛନ୍ତି ଆୟୋଜକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.