ବିଜେପିରୁ ଲଢ଼ିବେ ଖାରବେଳ ସ୍ୱାଇଁ। କନ୍ଧମାଳର ବିଜେପି ପ୍ରାର୍ଥୀ ହେବେ ଖାରବେଳ। ଦୀର୍ଘ ବର୍ଷ ଧରି ସେ ବିଜେପିରେ ଥିଲେ। ଏହାପରେ ଉତ୍କଳ ଭାରତ ଦଳ ଗଢିଥିଲେ। ଏବେ ପୁଣି ସେ ଦଳକୁ ଫେରିବେ। ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ତେଣୁ ଆଜି ଖାରବେଳ ସ୍ୱାଇଁ ବିଜେପିରେ ଯୋଗଦେବା ପରେ ଆସନ୍ତାକାଲି କନ୍ଧମାଳରୁ ପ୍ରାର୍ଥିପତ୍ର ଦାଖଲ କରିବେ।