ଏଠାରେ ଚାଲିଛି ଚାପୁଡ଼ା ମାରିବା ପ୍ରତିଯୋଗିତା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ଆପଣମାନେ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ବିଷୟରେ ଜାଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରତିଯୋଗିତା ବିଷୟରେ କହିବାକୁ ଯାଉଛୁ, ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ନୀଳ ସ୍ବେଟର ପିନ୍ଧିଥିବା ବ୍ୟକ୍ତି ତାଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ବହୁତ ଜୋରରେ ଚାପୁଡ଼ା ମାରିଛନ୍ତି। ଫଳରେ ସାମ୍ନାରେ ଥିବା ବ୍ୟକ୍ତି ଜଣକ ତଳେ ପଡ଼ିଯାଉଛନ୍ତି। ଏହି ସମୟରେ ସିଟି ବାଜୁଛି ଏବଂ ନୀଳ ସ୍ବେଟର ପିନ୍ଧିଥିବା ବ୍ୟକ୍ତି ଜଣକ ବିଜେତା ହୋଉଛନ୍ତି। ଏହି ଚାପୁଡ଼ା ମାରିବା ପ୍ରତିଯୋଗିତାରେ ବିଜେତାମାନଙ୍କୁ ୨୫ ରୁ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି।


ଏଭଳି ଏକ ଭିନ୍ନ ପ୍ରତିଯୋଗୀତା ରୁଷରେ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ରାସ୍ତାରେ ଏବଂ ଗହଳିରେ ପରସ୍ପରକୁ ଚାପୁଡ଼ା ମାରିବାର ନଜର ଆସିଥାନ୍ତି। ତେବେ ଡରନ୍ତୁ ନାହିଁ, ସେମାନେ କୌଣସି ପ୍ରକାରର ଝଗଡ଼ା କରନ୍ତି ନାହିଁ ବରଂ ଚାପୁଡ଼ା ମାରିବା ପ୍ରତିଯୋଗିତାର ଅଭ୍ଯାସ କରୁଥିବା ନଜର ଆସିଥାନ୍ତି।

slap

ରୁଷର ସାଇବେରିଆରେ ପ୍ରତିବର୍ଷ “ସ୍ଲାପିଙ୍ଗ ଚମ୍ପିଆନସିପ୍” ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ। ଏହି ପ୍ରତିଯୋଗିତାରେ ଦୁଇ ପୁରୁଷଙ୍କ ମଧ୍ୟରେ ପରସ୍ପରଙ୍କୁ ଚାପୁଡ଼ା ମାରିଥାନ୍ତି ଏବଂ ଯାହାର ଚାପୁଡ଼ା ଜୋରରେ ହୋଇଥାଏ ସେ ‘ମେଲ ସ୍ଲାପିଙ୍ଗ ଚାମ୍ପିଅନସିପ୍’ ଜିତିଥାନ୍ତି। ଏହି ପ୍ରତିଯୋଗିତାରେ ଏକ ଟେବୁଲର ଦୁଇ ପାଖରେ ପ୍ରତିଯୋଗୀ ଛିଡ଼ା ହୋଇ ପରସ୍ପରକୁ ଚାପୁଡ଼ା ମାରିଥାନ୍ତି। ଏହି ଚାପୁଡ଼ାରେ ଯିଏ ତଳେ ପଡ଼ିଯାଇଥାନ୍ତି ସେହି ସେ ହାରିଯାଇଥାନ୍ତି।

slapping championଏହି ପ୍ରତିଯୋଗିତା ଚମ୍ପିଅନସିପ୍ ରେସଲିଙ୍ଗ ପ୍ରତିଯୋଗିତା ଭଳି ହୋଇଥାଏ। ଯେଉଁଠାରେ ଦୁଇ ଜଣ ବ୍ୟକ୍ତି ପରସ୍ପର ସାମ୍ନାରେ ଛିଡ଼ା ହୋଇ ହାତକୁ ଟେବୁଲ ଉପରେ ରଖିଥାନ୍ତି। ଏହାପରେ ପରସ୍ପରଙ୍କ ମଧ୍ୟରେ ଜଣେ-ଅନ୍ୟଜଣଙ୍କ ହାତକୁ ତଳେ ଲଗାଇବା ପାଇଁ ଚାପୁଡ଼ା ମାରିଥାନ୍ତି। ଏଥିରେ ପ୍ରତିଯୋଗୀମାନଙ୍କୁ ଥରେ-ଥରେ ସୁଯୋଗ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.