Below header

ଏବେ ଏହି ଆପ୍‌ ସାହାଯ୍ୟରେ ଆପଣଙ୍କ ଫୋନ୍‌ ରହିବ ସୁରକ୍ଷିତ, ପ୍ରତି ଥର ବଦଳିଥାଏ ପାସଓ୍ଵାର୍ଡ

ବର୍ତ୍ତମାନ ଫୋନର ସେପ୍ଟି ଖୁବ୍‌ ଜରୁରୀ। ନିଜ ଫୋନକୁ ସିକ୍ୟୋର କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ଆପ୍‌ ଡାଉନଲୋଡ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଫୋନ ସେପ୍ଟି ପାଇଁ ଏଭଳି ଏକ ଆପ୍‌ ରହିଛି, ଯେଉଁଥିରେ ଆପଣ ପ୍ରତ୍ୟେକ ଥର ନୂଆ ପାସଓ୍ଵାର୍ଡ ଦେଇପାରିବେ। ଯେତେବେଳେ ୟୁଜର ନିଜର ଫୋନକୁ ଅନଲକ୍‌ କରିବେ ସେତେବେଳେ ନୂଆ ପାସଓ୍ଵାର୍ଡ ଦେବାକୁ ହେବ। ଯଦି ଅନ୍ୟ କୌଣସି ବ୍ୟକ୍ତି ପାସଓ୍ଵାର୍ଡ ଦେଖିଥାନ୍ତି ତେବେ ସେମାନେ ମଧ୍ୟ ଆପଣଙ୍କ ଫୋନକୁ ଅନଲକ୍‌ କରିପାରିବେ ନାହିଁ। ଏହି ପାସଓ୍ଵାର୍ଡର ଏକ ଟ୍ରିକ୍‌ ରହିଛି, ଯାହା କେବଳ ଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଜଣାଥାଏ।

phone-ଫୋନର ପାସଓ୍ଵାର୍ଡ ପ୍ରତ୍ୟେକ ଥର ଚେଞ୍ଜ କରୁଥିବା ଆପ୍‌ ର ନାଁ ଡ୍ରୋଇଡଲକ୍‌। ଆପ୍‌ ରେ ଲକ୍‌ ସହ ଜହିତ ଅନେକ ଫିଚର୍ସ ରହିଛି। ଫୋନକୁ ଡେଟ ଅଫ୍‌ ବର୍ଥ, ଟାଇମ, ବ୍ୟାଟେରୀ ପରସେଣ୍ଟ ସହ ଅନେକ ପ୍ରକାର ଲକ୍‌ କରାଯାଇପାରିବ। ଯେପରି ଆପଣ ଫୋନ୍‌ ଲକ୍‌ ପାଇଁ ଟାଇମ ସିଲେକ୍ଟ କରିଥାନ୍ତି ସେପରି ଫୋନ ଅନଲକ୍‌ କରିବା ପାଇଁ ସ୍କ୍ରିନ୍‌ରେ ଦେଖାଯାଉଥିବା ଟାଇମ୍‌ ହିଁ ଫୋନର ପାସଓ୍ଵାର୍ଡ। ଏପରି ବ୍ୟାଟେରୀ ପରସେଣ୍ଟକୁ ସିଲେକ୍ଟ କରିବା ପରେ ଫୋନରେ ବଞ୍ଚିଥିବା ବ୍ୟାଟେରୀର ପ୍ରତିଶତ ପାସଓ୍ଵାର୍ଡ ଭଳି କାମ କରିଥାଏ। ଏହି ଆପ୍‌ କୁ APK ଫାଇଲ୍‌ ସାହାଯ୍ୟରେ ଇନଷ୍ଟଲ କରିପାରିବେ।

ଏପରି କାମ କରିବ ଆପ୍‌

-ଡ୍ରୋଇଡଲକ୍‌ ଆପ୍‌ କୁ ଫୋନରେ ଇନଷ୍ଟଲ କରନ୍ତୁ। ଏହାପରେ ଆପ୍‌ ରେ ଆସୁଥିବା ଡିସ୍କଲେମରକୁ ସ୍କିପ୍‌ କରନ୍ତୁ। ଏହାପରେ ଜଣେ ମାଷ୍ଟର ପିନ ସେଟ୍‌ କରନ୍ତୁ। ଗୋଟେ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ନିଜର ଇ-ମେଲ୍‌ ଆଇଡି ଦିଅନ୍ତୁ। ଯଦି ଆପଣ କେବେ ପାସଓ୍ଵାର୍ଡ ଭୁଲି ଯାଉଛନ୍ତି ତେବେ ପ୍ରଶ୍ନ ସାହାଯ୍ୟରେ ପୁଣି ଥରେ ରିସେଟ୍‌ କରିପାରିବେ।

phone1-ବର୍ତ୍ତମାନ ଆପଣ ଆପ୍‌ କୁ କିଛି ପରମିଶନ ଦେଇ ଆଗକୁ ବଢାଇ ପାରିବେ। ଏଠାରେ ଟାଇମ୍‌, ଡେଟ୍‌, ବ୍ୟାଟେରୀ ସହ ଅନ୍ୟ କ୍ରାଟେଗରୀ ରହିଛି। ଆପଣ କୌଣସି ଭି କ୍ୟାଟେଗରୀର ଲକ୍‌ ସିଲେକ୍ଟ କରିପାରିବେ। ଏହାକୁ ଅନ୍‌ କରିବା ପାଇଁ ଆପ୍‌ର ଡାହାଣ ସାଇଟ୍‌ ରେ ଗୋଟିଏ ଲକ୍‌ ର ଲୋଗୋ ରହିଛି, ଯାହାକୁ ଆପଣ ଅନ୍‌ କରିପାରିବେ।

ଏହାସହ ପଢନ୍ତୁ: ହ୍ୱାଟ୍ସଆପକୁ ମିଳିଲା ବଡ଼ ଅପଡେଟ, ଆସିଲା କଲ ୱେଟିଂର ଫିଚର

-ବର୍ତ୍ତମାନ ଆପଣ ଯଦି ବ୍ୟାଟେରୀ ପ୍ରତିଶିତ ଲକ୍‌ ସେଟ୍‌ କରିବାକୁ ଚାହୁଁଛନ୍ତି ତେବେ ବ୍ୟାଟେରୀ କ୍ୟାଟେଗରୀ ଲକ୍‌ ଅନ୍‌ କରନ୍ତୁ। ଏହାପରେ ଆପଣଙ୍କ ଫୋନର ପାସଓ୍ଵାର୍ଡ ବ୍ୟାଟେରୀର ପ୍ରତିଶତ ହୋଇଯିବ। ବର୍ତ୍ତମାନ ଯେତେବେଳେ ଆପର ଫୋନ୍‌ ଅନଲକ୍‌ କରିବେ ସେତେବେଳେ ଆପଣଙ୍କ ବ୍ୟାଟେରୀର ପରସେଣ୍ଟ ପାସଓ୍ଵାର୍ଡରେ ଦୁଇ ଥର ଦେବାକୁ ପଡ଼ିବ। ଯେପରି ବ୍ୟାଟେରୀର ପରସେଣ୍ଟ ୫୪ ରହିଥିଲେ ଆପଣଙ୍କୁ ପାସଓ୍ଵାର୍ଡ ୫୪୫୪ ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.