Below header

ମାଲକାନଗିରି: ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିବା ଛାତ୍ରୀଙ୍କୁ ଡାକ୍ତରଙ୍କ ନିସ୍ତୁକ ମାଡ଼

ମାଲକାନଗିରି: ରୋଗୀଙ୍କ ଉପରେ ଡାକ୍ତରଙ୍କ ଗୁଣ୍ଡାଗର୍ଦ୍ଦି। ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିବା ଛାତ୍ରୀଙ୍କୁ ଡାକ୍ତରଙ୍କ ନିସ୍ତୁକ ମାଡ଼। ମାଲକାନଗିରିର କାଲିମେଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା। କାଲିମେଳା ସରକାରୀ ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେତେବେଳେ ଡାକ୍ତର ଅନୁପସ୍ଥିତ ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଡକାଯାଇଥିଲା। ଡାକ୍ତର ଆସିବା ପରେ ଅମାନୁଷିକ ଭାବେ ତାଙ୍କ ପାଟି, କାନ ଓ ନାକରେ ଔଷଧ ଭର୍ତ୍ତି କରି ଓଢଣୀରେ ତାଙ୍କ ପାଟିକୁ ବନ୍ଦ କରିଦେଇଥିଲେ। ଏହାପରେ ନିର୍ଘାତ ମାଡ଼ ମାରିବା ସହ ଗାଳିଗୁଲଜ କରିଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ପରେ ସମଗ୍ର ଅଞ୍ଚଳରେ ଏହାକୁ ନିନ୍ଦା କରାଯାଇଛି। ତେବେ ଏଭଳି କୌଣସି ତାଙ୍କ ପାଖକୁ ଆସିନଥିବା କହିଛନ୍ତି ସିଡିଏମଓ। ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.