ଶେଷ ସୁଯୋଗ ନଭେମ୍ବର ୩୦, ଆଜି ହିଁ କରିନିଅନ୍ତୁ ରିଚାର୍ଜ ନଚେତ କାଲିଠାରୁ ମହଙ୍ଗା ହୋଇଯିବ ସମସ୍ତ କମ୍ପାନୀର ପ୍ଲାନ

ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡ଼ିଆ ଏବଂ ବିଏସଏନଏଲ ଆସନ୍ତାକାଲି ବା ଡିସେମ୍ବର ୧ ତାରିଖଠାରୁ ନିଜର ସମସ୍ତ ପ୍ଲାନ ମହଙ୍ଗା କରିବାକୁ ଯାଉଛନ୍ତି । ଗତ କିଛିଦିନ ପୂର୍ବେ ଏହି ୩ଟି କମ୍ପାନୀ ନିଜ ସେବାଗୁଡିକ ଚାଲୁ ରଖିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି ବୋଲି ବୟାନ ଦେଇଥିଲେ । ଏପରିସ୍ଥଳେ ଅଧିକ ଖର୍ଚ୍ଚରୁ ନିସ୍ତାର ପାଇବା ପାଇଁ ଦେଶର ସମସ୍ତ କମ୍ପାନୀ ତାରିଫ ପ୍ଲାନ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଆପଣଙ୍କ ପାଇଁ ଆଜି ରହିଛି ଶେଷ ସୁଯୋଗ । ଯଦି ଆପଣ ରିଚାର୍ଜ କରିବା ପାଇଁ ଚାଁହୁଛନ୍ତି ତାହେଲେ ଆଜି ହିଁ କରାଇ ନିଅନ୍ତୁ ନଚେତ କାଲିଠାରୁ ଆପଣଙ୍କ ପାଇଁ ହୋଇଯିବ ସମସ୍ତ ପ୍ଲାନ ମହଙ୍ଗା । ଯଦିଓ ଆପଣ ଜାଣିଥିବେ ଯେ ଆଜି ବା ଡିସେମ୍ବର ୧ ପୂର୍ବରୁ ଯଦି ଆପଣ ରିଚାର୍ଜ କରୁଛନ୍ତି ତାହେଲେ ଲାଭରେ ରହିବେ । ତାହେଲେ ଆସନ୍ତୁ ଜାଣିବା କିଛି ଭଲ ପ୍ରିପେଡ଼ ପ୍ଲାନ ବିଷୟରେ ।

ଜିଓର ବେଷ୍ଟ ପ୍ରିପେଡ଼ ପ୍ଲାନ

Image result for jio

ଜିଓର ୩୩୩ଟଙ୍କାର ପ୍ଲାନ ଯାହାକି ଏକ ଅଲଇନୱାନ ପ୍ଲାନ ଅଟେ । ଏହି ପ୍ଲାନରେ ମିଳିଥାଏ ୫୬ ଦିନର ବୈଧତା ଏବଂ ୧୧୨ ଜିବି ଡାଟା(ଦୈନିକ ୨ ଜିବି) ତାସହିତ ୧୦୦ ଫ୍ରି ମେସେଜ । ଏହି ପ୍ଲାନରେ ଜିଓରୁ ଜିଓ ନେଟୱାର୍କକୁ ଅନଲିମିଟେଡ଼ କଲ ସହିତ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲିଙ୍ଗ କରାଯାଇପାରିବ ।

ଭୋଡ଼ାଫୋନର ବେଷ୍ଟ ପ୍ରିପେଡ଼ ପ୍ଲାନ

Image result for vodafone

ଭୋଡ଼ାଫୋନରେ ୩୯୯ଟଙ୍କା ପ୍ଲାନ, ଯେଉଁଥିରେ ମିଳିଥାଏ ୮୪ ଦିନର ବୈଧତା । ଏହି ପ୍ଲାନରେ ଦୈନିକ ୧ ଜିବି ଡାଟା ସହିତ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିବ । ଏହି ପ୍ଲାନରେ ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲ କରାଯାଇପାରିବ ।

ଏହାସହ ପଢନ୍ତୁ ଖୁସିଖବର: ଜାନୁଆରୀରୁ ମିଳିପାରେ ବିମାନ ମଧ୍ୟରେ ଇଣ୍ଟରନେଟ ଓ କଲିଙ୍ଗ ସେବା

ଏୟାରଟେଲର ବେଷ୍ଟ ପ୍ରିପେଡ଼ ପ୍ଲାନ

Image result for airtel

ଏୟାରଟେଲରେ ୩୯୯ଟଙ୍କାର ପ୍ଲାନ ଯେଉଁଥିରେ ମିଳିଥାଏ ୮୪ ଦିନର ବୈଧତା । ଏହାବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ଏବଂ ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲର ସୁବିଧା ମଧ୍ୟ ମିଳିଥାଏ । ତାସହିତ ପ୍ରତିଦିନ ୧୦୦ ମେସେଜ ମଧ୍ୟ ମାଗଣାରେ ଦେଇଥାଏ ।

ଆଇଡିଆର ବେଷ୍ଟ ପ୍ରିପେଡ଼ ପ୍ଲାନ

Image result for idea

ଆଇଡିଆରେ ୩୪୯ ଟଙ୍କା ପ୍ଲାନରେ ୫୪ ଦିନର ବୈଧତା ରହିଥାଏ । ଏହି ପ୍ଲାନରେ ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲ ସହିତ ପ୍ରତିଦିନ ୧ଜିବି ଡାଟା ମିଳିଥାଏ ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିଥାଏ ।

ବିଏସଏନଏଲର ବେଷ୍ଟ ପ୍ରିପେଡ଼ ପ୍ଲାନ

Image result for airtel-vodafone-jio-bsnl-idea

ବିଏସଏନଏଲର ୩୯୯ଟଙ୍କା ପ୍ଳାନରେ ୭୪ ଦିନର ବୈଧତା ସହିତ ପ୍ରତିଦିନ ୨ଜିବି ଡାଟା ଏବଂ ୧୦୦ ଏସଏମଏସ ମଧ୍ୟ ମିଳିଥାଏ । ଏହାସହିତ ଏହି ପ୍ଳାନରେ ପ୍ରତିଦିନ ୨୫୦ ମିନିଟର କଲିଂ ସୁବିଧା ମଧ୍ୟ ଉପଲବ୍ଧ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.