Below header

ଘରେ ବସି ପୁରୁଣା ଆଇସ୍ୟାଡୋରେ ପ୍ରସ୍ତୁତ କରିପାରିବେ ନିଜ ମନପସନ୍ଦର ନେଲପଲିସ

ଡ୍ରେସ କିମ୍ବା ମେକଅପ ସହ ମ୍ୟାଚିଙ୍ଗ କରି ନେଲପଲିସ ଖୋଜିବା ଅତ୍ୟନ୍ତ କାଠିକର ପାଠ ହୋଇଥାଏ । ଏମିତିରେ ସବୁ କଲର ନେଲପାଲିସ ଯେ ଘରେ କିଣି ରଖିବା ବି ସମ୍ଭବପର ହୋଇନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ତରିକା କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଅତି ସହଜରେ ଘରେ ଅଦରକାରୀ ଭାବେ ପଡିରହିଥିବା ପୁରୁଣା ଆଇସ୍ୟାଡୋରେ ଆପଣ ନିଜେ ଚାହୁଁଥିବା କଲରର ନେଲାପଲିସ ପ୍ରସ୍ତୁତ କରିପାରିବେ । ଏହା ଦ୍ୱାରା ନିଜ ନଖକୁ ଏକ ଆକର୍ଷଣୀୟ ଲୁକ ମଧ୍ୟ ଦେଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକୀୟ ସାମଗ୍ରୀ:

୧. ଟ୍ରାନ୍ସପରେଣ୍ଟ ନେଲପାଲିସ

୨.୪ ଗ୍ରାମ ଆଇସ୍ୟାଡୋ

୩. ଏକ ଚିକ୍କଣ ପେପର

୪. କେତୋଟି ଟୁଥପିକ

nail polish

ଏହା ସହ ପଢନ୍ତୁ: ଆପଣଙ୍କ ଅସଫଳତାର କାରଣ ପାଲଟିଥାଏ ଏହି ଚାରିଟି କାମ, ଜାଣନ୍ତୁ ଗରୁଡ ପୁରାଣରେ କ’ଣ ରହିଛି ମହତ୍ତ୍ୱ

ପ୍ରସ୍ତୁତି ପ୍ରଣାଳୀ:

ଟ୍ରାନ୍ସପରେଣ୍ଟ ନେଲପାଲିସ ବୋତଲରୁ ଏକ ଚତୁରଥାଂଶ ନେଲପଲିସକୁ କାଢି ଦିଅନ୍ତୁ । ଆଇସ୍ୟାଡୋକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ । ପେପର ସହାୟତାରେ ଏକ କୋନ ଆକାର ବନାନ୍ତୁ । ଏବେ ଟ୍ରାନ୍ସପରେଣ୍ଟ ବୋତଲ ଉପରେ ଏହି କୋନକୁ ରଖନ୍ତୁ । ପୂର୍ବରୁ ଗୁଣ୍ଡ ହୋଇଥିବା ଆଇସ୍ୟାଡୋକୁ ବୋତଲରେ ଭର୍ତ୍ତି କରନ୍ତୁ । ଏହା ଦ୍ୱାରା ଆଇସ୍ୟାଡୋ ଛାଣି ହୋଇ ବୋତଲ ଭିତରେ ପଶିବ ଓ ଭଲ ଭାବେ ଟ୍ରାନ୍ସପରେଣ୍ଟ ନେଲପାଲିସ ସହ ମିଶିଯିବ । ମିଶାଇବା ପାଇଁ ଆପଣ ଟୁଥପିକର ବ୍ୟବହାର ମଧ୍ୟ କରିପାରିବେ । ଏବେ ବୋତଲଟିକୁ ବନ୍ଦ କରି ଭଲ ଭାବେ ହଲାନ୍ତୁ ଯେପର୍ଯ୍ୟନ୍ତ ଏହା ଭଲ ଭାବେ ମିଶିନଥିବ । ଆପଣ ଏହି ପ୍ରଣାଳୀରେ ନିଜ ପସନ୍ଦ କଲରର ନେଲପାଲିସ ଘରେ ବସି ବସି ପ୍ରସ୍ତୁତ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.