ଜାଣନ୍ତୁ ମୟୂର ଏବଂ ମୟୂରୀ ସହ ଜଡିତ କିଛି ରୋଚକ ତଥ୍ୟ

ଆମେମାନେ ସମସ୍ତେ ଜାଣିଛେ ଆମ ଜାତୀୟ ପକ୍ଷୀ ମୟୂର। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଭାରତ ବ୍ୟତୀତ ମିୟମାରର ରାଷ୍ଟ୍ରୀୟ ପକ୍ଷୀ ମଧ୍ୟ ମୟୂର। ସାଇନ୍ସ ଭାଷାରେ ମୟୂରକୁ ପାବୋ କ୍ରିଷ୍ଟେଟସ କୁହାଯାଇଥାଏ।ସେହିଭଳି ଇଂରାଜୀ ଭାଷାରେ ମୟୂରକୁ ପିଫାଉଲ ବା ପିକକ୍ କୁହାଯାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମୟୂର ଏବଂ ମୟୂରୀ ସହ ଜଡିତ ଥିବା କିଛି ରୋଚକ ତଥ୍ୟ।

ମୟୂରକୁ କାହିଁକି ରାଷ୍ଟ୍ରୀୟ ପକ୍ଷୀ କୁହାଯାଇଛି:

ଅତ୍ୟନ୍ତ ସୁନ୍ଦର ରଙ୍ଗ ବେରଙ୍ଗ ପକ୍ଷୀ ମୟୂରକୁ ରାଷ୍ଟ୍ରୀୟ ପକ୍ଷୀ କୁହାଯିବାର କାରଣ ପ୍ରଥମେ ଏହା କେବଳ ଭାରତରେ ହିଁ ଦେଖାଯାଉଥିଲା। ରାଷ୍ଟ୍ରୀୟ ପକ୍ଷୀ ପାଇଁ ପ୍ରଥମେ ସାରସ, ହଂସ ଏବଂ ବ୍ରାମହାଣି କାଇଟ ପକ୍ଷୀଙ୍କ ନାଁ ଚୟନ କରାଯାଇଥିଲା କିନ୍ତୁ ଶେଷରେ ମୟୂରକୁ ହିଁ ରାଷ୍ଟ୍ରୀୟ ପକ୍ଷୀ ରୂପେ ଘୋଷଣା କରାଯାଇଥିଲା।ନ୍ୟାସନାଲ ବାର୍ଡ ସିଲେକ୍ସନ ପାଇଁ1୧୯୬୦ ମସିହାରେ ତାମିଲନାଡୁ ରାଜ୍ୟର ଉତାକାମୁଣ୍ଡରେ ଏକ ସଭା ବସିଥିଲା। ଏହି ସଭାର ଗାଇଡ ଲାଇନ୍ସ ଅନୁସାରେ ଦେଶର ପ୍ରତ୍ୟେକ ସ୍ଥାନରେ ଦେଖାଯାଉଥିବା ପକ୍ଷୀମାନଙ୍କୁ ନ୍ୟାସନାଲ ବାର୍ଡ ପାଇଁ ଚୟନ କରିବା ଆବଶ୍ୟକୀୟ ଥିଲା। ଏହାବ୍ୟତୀତ ସାଧାରଣ ମଣିଷମାନେ ମଧ୍ୟ ଜାଣିଥିବା ଦରକାର ଏବଂ ସେହି ପକ୍ଷୀ ଭାରତୀୟ ସଂସ୍କୃତିର ଅଂଶ ହୋଇଥିବ। ଏହିସବୁ କଥାକୁ ଧ୍ୟାନରେ ରଖି ୨୬ ଜାନୁଆରୀ ୧୯୬୩ ମସିହାରେ ମୟୂରକୁ ରାଷ୍ଟ୍ରୀୟ ପକ୍ଷୀର ମାନ୍ୟତା ଦିଆଯାଇଥିଲା।

peacockହିନ୍ଦୁ ଧର୍ମରେ ମଧ୍ୟ ମୟୂରର ମାନ୍ୟତା ରହିଛି:

ମୟୂର ସିଷ୍ଟତା ଏବଂ ସୁନ୍ଦରତାର ପ୍ରତୀକ। ମୟୂର ପୂଛକୁ ମୁକୁଟ ଏବଂ ସିଂହାସନରେ ମଧ୍ୟ ବ୍ୟବହାର କରାଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ବି ମୟୂର ପୂଛକୁ ମଥାରେ ଧାରଣ କରିଥାନ୍ତି। ଏହାବ୍ୟତୀତ ଶିବଙ୍କ ପୁତ୍ର କାର୍ତ୍ତିକଙ୍କ ବାହନ ମଧ୍ୟ ମୟୂର।

ମୂଳରୂପେ ଭାରତୀୟ ପକ୍ଷୀ ମୟୂର:

ଉଲ୍ଲେଖ ରହିଛି ଭାରତରେ ହିଁ କେବଳ ମୟୂର ଦେଖାଯାଇଥାଏ। ସର୍ବପ୍ରଥମେ ରାଜା ସିକନ୍ଦର ମୟୂର କୁ ଭାରତରୁ ୟୁନାନ ନେଇଯାଇଥିଲେ। ଏହାପରଠାରୁ ବିଶ୍ୱର ବିଭିନ୍ନ ଦେଶରେ ମୟୂରର ଭିନ୍ନ ଭିନ୍ନ ପ୍ରଜାତି ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ମଧ୍ୟ ମୟୂରର ସବୁଠାରୁ ସୁନ୍ଦର ପ୍ରଜାତି କେବଳ ଭାରତରେ ହିଁ ଦେଖାଯାଇଥାଏ।

peacock-ରାତି ହେବା ମାତ୍ରେ ହିଁ ଗଛରେ ଚଢିଯାଇଥାନ୍ତି ମୟୂର:

ମୟୂର ଖୋଲା ଜାଗାରେ ରହିବାକୁ ପସନ୍ଦ କରିଥାନ୍ତି। ମୟୂର ଖୁବ କମ ଉଡ଼ିଥାଏ। ରାତି ହେବା ମାତ୍ରେ ହିଁ ମୟୂର ଗଛକୁ ଚଢିଯାଇଥାଏ ଏବଂ ସକାଳ ହେଉ ହେଉ ଗଛରୁ ଓଲ୍ହାଇ ଖୋଲା ସ୍ଥାନକୁ ଚାଲି ଆସିଥାନ୍ତି।

ଏହାସହ ପଢନ୍ତୁ: ଜାଣନ୍ତୁ ଆସନ୍ତା ବର୍ଷରେ କେତେଥର ପଡୁଛି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ

ଅଶୋକ ଏବଂ ସାହାଜାହାନଙ୍କ ସମୟରେ ମୟୂରର ମହତ୍ଵ:

ସମ୍ରାଟ ଅଶୋକଙ୍କ ସମୟରେ ମୟୂରର ମହତ୍ଵ ରହିଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜ୍ୟରେ ପ୍ରଚଳିତ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ମଧ୍ୟ ମୟୂରର ଚିତ୍ର କରାଯାଇଥିଲା। ଏହାବ୍ୟତୀତ ମୋଗଲ ବାଦଶାହା ସାହାଜାହାନ ମୋରକୀନୁମା ମଧ୍ୟ ମୟୂର ସିଂହାସନ ଉପରେ ବିରାଜମାନ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.