Below header

ଆଜି ପୁଣି Redmi note 9 pro Max ର ଫ୍ଲାସ ସେଲ ଆରମ୍ଭ, ମିଳୁଛି ଏହିସବୁ ଅଫର

Redmi note 9 pro Max କିଣିବାର ପୁଣି ଏକ ସୁଯୋଗ ଆଜି ରହିଛି। ଫୋନରେ ଆଜି ପ୍ଲାସ ସେଲ୍‌ ଆରମ୍ଭ ହେଉଛି। କମ୍ପାନୀର ଏହି ଲୋକପ୍ରିୟ ଫୋନର ସେଲ ଅପରାହ୍ନ ୧୨ ଟାରୁ ଆମାଜନ ଇଣ୍ଡିଆ କିମ୍ବା mi.com ସାଇଟରୁ କିଣିପାରିବେ । କହିରଖିବା ଉଚିତ ହେବକି Redmi note 9 ସିରିଜର ଏହା ହେଉଛି ସବୁଠାରୁ ଲୋକପ୍ରିୟ ଫୋନ । ଆଜିର ସେଲରେ କମ୍ପାନୀ ତରଫରୁ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦିଆଯାଉଛି । ଏହି ଫୋନରେ ଗ୍ରାହକ ମାନଙ୍କୁ ୮ ଜିବି ପର୍ଯ୍ୟନ୍ତର ରାମ ସମେତ ୧୨୮ ଜିବି ପର୍ଯ୍ୟନ୍ତର ଇଣ୍ଟରନାଲ ଷ୍ଟୋରେଜ କ୍ଷମତା ରହିଛି। ଏହାର ମୂଲ୍ୟ କମ୍ପାନୀ ତରଫରୁ ୧୬,୪୯୯ ଟଙ୍କା ରଖାଯାଇଛି ।

କମ୍ପାନୀର ଏହି ଏହି ଫୋନରେ ୧୦୮୦ X ୨୪୦୦ ପିକସଲ ରିଜୋଲୁସନ ସହ ୬.୬୭ ଇଂଚର ଫୁଲ ଏଚଡ଼ି +ips ଡିସପ୍ଲେ ସୁବିଧା ମିଳିପାରିବ । ୨୦:୯ ଆସପେକ୍ଟ ରାସିଓ ସହ ଏହି ଫୋନରେ ୮ ଜିବି ପର୍ଯ୍ୟନ୍ତର ସ୍ନାପଡ୍ରାଗନ ସୁବିଧା ମିଳିପାରିବ । ଫଟୋ ଗ୍ରାଫି ପାଇଁ ଏହି ଫୋନରେ ୟୁଜର୍ସଙ୍କୁ କ୍ୱାଡ କ୍ୟାମେରା ସେଟ ଅପର ସୁବିଧା ବି ମିଳିପାରିବ ।

red 1

ଏଥିରେ ୬୪ ମେଗା ପିକଶାଲ ପ୍ରାଇମେରୀ ଲେନ୍ସ ସମେତ ୮ ମେଗା ପିକସାଲ ସେକେଣ୍ଡାରୀ ଲେନ୍ସ ଓ ୫ ମେଗା ପିକସାଲ ମେକ୍ର ସୁଟର ଓ ଏକ ୨ ମେଗା ପିକସଲର ଡେ଼ପଥ ସେନ୍ସର ସୁବିଧା ବି ଦିଆଯାଇଛି । ଏହାବାଦ ଏହି ଫୋନରେ ୩୨ ମେଗାପିକସଲ କ୍ୟାମେରା ସୁବିଧା ବି ମିଳିପାରିବ । ଏସବୁ ସହ ଏହି ଫୋନରେ ୫,୦୨୦ mAh ବ୍ୟାଟେରୀ ସହ ୩୩ ବାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.