Below header

ସୁବର୍ଣ୍ଣପୁର ଜିଲ୍ଲାର ପୁରା ଉଆଁସ ପର୍ବ: ଯେତିକି କୈାତୁହଳ ପୂର୍ଣ୍ଣ, ସେତିକି ଶିକ୍ଷଣୀୟ

ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ଦିନ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲ୍ଲାରେ ପାଳନ କରାଯାଏ ଏହି ପୁରା ଉଆଁସ ପର୍ବ । ଏହି ଦିନପାଇଁ ଛୋଟ ଝିଅମାନେ ଖେଳୁଥିବା ମାଟି ତିଆରି ଘର କରଣା ଜିନିଷ ଆଗରୁ ସଂଗ୍ରହ କରି ରଖିଥାନ୍ତି । ସାତ ପ୍ରକାରର ଶସ୍ୟଯାତ ଖାଦ୍ୟ ପଦାର୍ଥ ଛୋଟ ଛୋଟ ଚାଙ୍ଗୁଡିରେ ଧରି ଗୋଟିଏ ଜାଗାରେ ଜମା ହୋଇଥାନ୍ତି । ଏପଟେ ପୁଅ ପିଲାମାନେ ହାତୀ,ଘୋଡାନେଇ ସେଠାକୁ ଯାଇଥାନ୍ତି । ସେଠାରେ ପୂଜା କରିବାପରେ ଝିଅ ପିଲାମାନେ ଆଣିଥିବା ଖାଇବା ଜିନିଷ ତାକୁ ପରଷାଯାଇଥାଏ । ପରେ ପୁଅ ପିଲାମାନେ ଘୋଡା ହାତୀ ନେଇ ରାଜ ରାଜସ୍ତାରେ ଟାଣିଥାନ୍ତି ।

subarnapurସେପଟେ ଏହି ଉତ୍ସବ ପାଇଁ ମାସେ ପୂର୍ବରୁ ପ୍ରସ୍ତୁତ ହୁଅନ୍ତି ମାଟି କାରିଗର ମାନେ । ମାଟିରେ ଜିନିଷ ତିଆରିକରି ବିକ୍ରୀ କରୁଥିବା କୁମ୍ଭାରଙ୍କ ପୁରା ପରିବାର ଲାଗି ପଡିଥାନ୍ତି ମାଟିରେ ଘୋଡା,ହାତୀ,କୁଣ୍ଢି ଓ କାଂଚି ଆଦି ଖେଳଣା ତିଆରି କରିବାରେ । କଂଚା ମାଟିରେ ବିଭିନ୍ନ ସୈାଖୀନ ଖେଳଣା ତିଆରି କରି ତାକୁ ପୋଡି ବଜାରରେ ବିକ୍ରୀ କରିଥାନ୍ତି । କେବଳ କୁମ୍ଭାର ସଂମ୍ପ୍ରଦାୟ ନୁହଁନ୍ତି, ମହାରଣା ସଂମ୍ପ୍ରଦାୟ ମଧ୍ୟ କାଠରେ ଘୋଡାହାତୀ ଆଦି ତିଆରିକରି ଭଲ ଦୁଇ ପଇସା ଉପାର୍ଜନ କରିଥାନ୍ତି । ବର୍ଷଯାକରେ ଦିନକ ପାଇଁ ଆସୁଥିବା ଏହି ଦିନକୁ ବ୍ୟବସାୟପାଇଁ ସେମାନଙ୍କ ଅପେକ୍ଷା ରହିଥାଏ । ହେଲେ ଚଳିତ ବର୍ଷ କୋରୋନ ଯୋଗୁଁ ଫିକା ପଡିଥିଲେ ବି ବେଶ ଦୁଇ ପଇସା ରୋଜଗାର କରିପାରିଛନ୍ତି ଏମାନେ ।

parba of subarnapurଏହି ଉତ୍ସବ ଯେତିକି କୈାତୁହଳ ପୂର୍ଣ୍ଣ,ସେତିକି ଏହାର ଐତିହାସିକ ମହତ୍ୱ ରହିଛି ।  ଝିଅ ପିଲାମାନେ ଖେଳୁଥିବା ଏହି କୁଣ୍ଢି,କାଂଚି ଖେଳରେ ନାରୀର ଭୂମିକା ଦେଖିବାକୁ ମିଳେ ଆଉ ମଧ୍ୟ ପୁଅ ପିଲା ମାନଙ୍କୁ ଏକ ଯୋଦ୍ଧାର ପ୍ରତିକ ରୁପେ ଦେଖିବାକୁ ମିଳିଥାଏ । ଏହି ପର୍ବରେ ରାଜା ରାଜୁଡା ଅମଳର ଛାପ ଏବେ ମଧ୍ୟ ରହିଛି ବୋଲି ଗବେଷକ କହିଛନ୍ତି । ଖେଳ ମାଧ୍ୟମରେ ପାଳନ କରାଯାଉଥିବା ଏହି ପୁରା ଉଆଁସ ପର୍ବ ବାସ୍ତବରେ ଛୋଟ ଛୋଟ ପିଲାଙ୍କ ପାଇଁ ଶିକ୍ଷଣୀୟ । ସୁବର୍ଣ୍ଣପୁରରେ ପାଳନ କରାଯାଉଥିବା ଏହିପର୍ବ କେବଳ ମନୋରଂଜନ ଯୋଗାଉଛି ତାନୁହେଁ ପୂର୍ବ ପରମ୍ପରାକୁ ମଧ୍ୟ ବଜାୟ ରଖିଛି ।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.