Below header

Pieter Zatok ଙ୍କ ହାତରେ ଏବେ ଟ୍ବିଟରର ସିକ୍ଯୁରିଟି ଦାୟିତ୍ବ, ରୋକିବ ହ୍ଯାକିଂ

ନିକଟରେ ସବୁଠାରୁ ବଡ ହ୍ଯାକିଂର ସାମ୍ନା କରିଥିଲା ଟ୍ବିଟର। ଏହି ସମୟରେ ବିଲ ଗେଟସ୍, ଏଲନ ମାସ୍କ ଏବଂ ଜୋ ବାଇଡେନଙ୍କ ଭଳି ଜଣାଶୁଣା ଲୋକଙ୍କ ଟ୍ବିଟର ଆକାଉଣ୍ଟ ହ୍ଯାକ୍ କରାଯାଇଥିଲା। ଏହା ପରେ ଟ୍ବିଟର ସିକ୍ଯୁରିଟି ଏବଂ ପ୍ରାଇଭେସିକୁ ନେଇ ବିବାଦରେ ଆସିଯାଇଥିଲା।

ଏବେ କମ୍ପାନୀ ଏହି ହ୍ଯାକୁ ରୋକିବା ପାଇଁ ନିଜର ସିକ୍ଯୁରିଟିର ଜଣାଶୁଣା ହ୍ଯାକର ହାତରେ ଏହି ଦାୟିତ୍ବ ଦେଇଛନ୍ତି। Pieter Zatok ଓରଫ Mudge ଏବେ ଟ୍ବିଟର ସିଇଓ ଜ୍ଯାକ ଡୋର୍ସିଙ୍କୁ ରିପୋର୍ଟ କରିବେ। ଏବେ Mudgeଙ୍କ ହାତରେ ଟ୍ବିଟରର ସିକ୍ଯୁରିଟି ରହିଥିବା ବେଳେ ଆଗାମୀ ସମୟରେ ଟ୍ବିଟର ସିକ୍ଯୁରିଟିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

twitter

 

Zatko ସରକାରଙ୍କ ପାଇଁ କାମ କରିସାରିଛନ୍ତି। EFF ଟ୍ବିଟରକୁ କହିଥିଲା କି, କମ୍ପାନୀ ତତ୍କାଳ ମେସେଜିଂରେ ଆଣ୍ଡ ଟୁ ଆଣ୍ଡ ଏନକ୍ରିପସନ ଆଣିବା ଦରକାର। କିନ୍ତୁ ଏପର୍ଯ୍ଯନ୍ତ ଆଣିନଥିଲା। Zatko ଏହାର ଦାୟିତ୍ବ ନେବା ପରେ ହୁଏତ କିଛି ପରିବର୍ତ୍ତନ ଆସିପାରେ। ଏବେ ଜଣେ ଟପ୍ ହ୍ଯାକର କିଭଳି ଟ୍ବିଟର ସିକ୍ଯୁରିଟିକୁ ମଜବୁତ କରୁଛନ୍ତି। ଆଗାମୀ ଦିନରେ ଟ୍ବିଟର ହାଇ ପ୍ରୋଫାଇଲ ହ୍ଯାକିଂ ଏବଂ ଡାଟା ଲିକି କେଣ୍ଟ୍ରାଲ ହେଉଛି କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.