Vivo ଲଞ୍ଚ କଲା ପ୍ରଥମ ଫୋଲଡ଼େବଲ ସ୍ମାର୍ଟଫୋନ, ଜାଣିରଖନ୍ତୁ କଣ ରହିଛି ଦର

ଭିଭୋ ନିଜ ପ୍ରଥମ ଫୋଲଡ଼େବଲ ସ୍ମାର୍ଟଫୋନ Vivo X Fold ଓ X Noteକୁ ଲଞ୍ଚ କରିଛି । କହିରଖିବା ଉଚିତ ହେବକି ଏହି ଦୁଇଟି ଯାକ ହେଉଛି କମ୍ପାନୀର ପ୍ରଥମ ଫୋଲଡ଼େବଲ ସ୍ମାର୍ଟଫୋନ । Vivo X Noteରେ ଏକ ୭
ଇଞ୍ଚର ଡିଷ୍ପ୍ଲେ ରହିଛି । ଦୁଇଟି ଯାକ ଫୋନରେ ସ୍ନାପ ଡ୍ରାଗନ 8 Gen 1 ପ୍ରସାସେର ବ୍ୟତୀତ ଚାରିଟି ରିୟର କ୍ୟାମେରା ରହିଛି । ଯାହା ସହିତ Zeiss ଅପଟିକ୍ସର ସପୋର୍ଟ ବି ରହିଛି | Vivo X Fold ଓ X Note ବ୍ୟତୀତ କମ୍ପାନୀ Vivo Padକୁ ବି ଲଞ୍ଚ କରିଛି ଆଉ ଏହା ହେଉଛି କମ୍ପାନୀର ପ୍ରଥମ ଟ୍ୟାବଲେଟ । Vivo Pad ସହିତ 120Hz ରିଫ୍ରେଶ ରେଟର ଏକ ଡିଷ୍ପ୍ଲେ ବି ରହିଛି । ଏଥିରେ ସ୍ନାପଡ୍ରାଗନ ୮୭୦ ପ୍ରୋସେସର ରହିଛି ।

Vivo X Foldର ପ୍ରାରମ୍ଭିକ ମୂଲ୍ୟ ୮,୯୯୯ ଚିନି ୟୁଆନ ଯାହାକି ଭାରତୀୟ ମୁଦ୍ରାରେ ୧ ଲକ୍ଷ ୭ ହଜାର ୨୦୦ ଟଙ୍କା ହେବ । ଏହି ମୂଲ୍ୟରେ ୧୨ ଜିବି ରାମ ସହ ୨୫୬ ଜିବି ଷ୍ଟୋରେଜ ସୁବିଧା ମିଳିବ । Vivo X Noteର ପ୍ରାରମ୍ଭିକ ମୂଲ୍ୟ ୫,୯୯୯ ୟୁଆନ ବା ୭୧,୪୦୦ ଟଙ୍କା ହେବ । ଏଥିରେ ୮ ଜିବି ରାମ ସହ ୨୫୬ ଜିବି ଷ୍ଟୋରେଜ ସୁବିଧା ରହିଛି । Vivo Padର ପ୍ରାରମ୍ଭିକ ମୂଲ୍ୟ ୨,୪୯୯ ଚିନି ୟୁଆନ ଅଥବା ୨୯ ହଜାର ୮୦୦ ଟଙ୍କା ରଖାଯାଇଛି | ଏହି ମୂଲ୍ୟରେ ଗ୍ରାହକ ମାନଙ୍କୁ ୮ ଜିବି ରାମ ସହ ୧୨୮ ଜିବି ଷ୍ଟୋରେଜ ସୁବିଧା ମିଳିଯିବ । ଭାରତରେ ଫୋଲଡ଼େବଲ ଫୋନ ଲଂଚ ହେବା ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ Vivo Padର ଟେଷ୍ଟିଙ୍ଗ ଜାରି ରହିଛି ।

vivo smart phone

 

କଣ ରହିଛି ସ୍ପେସିଫିକେସନ:

Vivo X Foldରେ ଆଣ୍ଡ୍ରଏଡ଼ ୧୨ ଆଧାରିତ OriginOS ଅଛି । ଏଥିରେ 8.03 ଇଂଚର Samsung E5 ଫୋଲଡିଂ ଡିଷ୍ପ୍ଲେ ରହିଛି । ଯାହାର ରିଜୋଲୁସନ 2K + (1916 x 2160 ପିକସଲ) ରହିଛି । ପ୍ରାଇମେରୀ ଡିଷ୍ପ୍ଲେ ସହିତ 120Hz ର ରିଫ୍ରେଶ ରେଟ ବି ମିଳିବ । ଏଥିରେ ଅଲଟ୍ରା ଟଫ ଗ୍ଲାସର ପ୍ରୋଟେକ୍ସନ ବି ଅଛି । Vivoର ଏହି ଫୋନ ୬.୫୩ ଇଞ୍ଚର କଭର ଡିଷ୍ପ୍ଲେ ସହିତ ଲଞ୍ଚ ହୋଇଥାଏ । ଅର୍ଥାତ ଏହା ହେଉଛି ଦ୍ଵିତୀୟ ଡିଷ୍ପ୍ଲେ । ଏହି ପ୍ୟାନେଲ ବି ସାମସଙ୍ଗର Samsung E5, ଯାହାର ରିଫ୍ରେଶ ରେଟ 120Hz ରହିଛି । Vivo X Foldରେ ସ୍ନାପଡ୍ରାଗନ 8 Gen 1 ପ୍ରସେସର ସହିତ ଗ୍ରାଫିକ୍ସ ପାଇଁ Adreno 730 GPU ଓ 12 ଜିବି LPDDR ରାମ ସହ ୫୧୨ ଜିବି ପର୍ଯ୍ୟନ୍ତର ଷ୍ଟୋରେଜ ସୁବିଧା ରହିଛି ।

Vivo X Foldରେ ଚାରିଟି ରିୟର କ୍ୟାମେରା ଥିବା ବେଳେ ସେଥିରେ ୫୦ ମେଗାପିକସଲର ପ୍ରାଇମେରୀ ଲେନ୍ସ ରହିଛି | କ୍ୟାମେରା ସହିତ ଅପ୍ଟିକାଲ ଇମେଜ ସ୍ଟେବଲାଇଜେସନ(OIS) ର ସପୋର୍ଟ ବି ରହିଛି । ଅନ୍ୟ ତିନି ଲେନ୍ସ ହେଉଛି ଯଥାକ୍ରମେ ୪୮, ୧୨ ଓ ୮ ମେଗାପିକସଲର । Vivo X Foldରେ 16 ମେଗାପିକସଲର ଫ୍ରଣ୍ଟ କ୍ୟାମେରା ରହିଛି | କଣେକ୍ଟିଭିଟି ପାଇଁ ଏଥିରେ 5G, 4G LTE, Wifi, bluଟୁଥ v 5.2, GPS/A -GPS /NavIC, NFC ସମେତ USB ଟାଇପ-ସି ପୋର୍ଟ ରହିଛି । ଫୋନରେ ଅଲଟ୍ରାସୋନିଙ୍କ 3ଡ଼ି ଫିଙ୍ଗପ୍ରିଣ୍ଟ ସେନ୍ସର ରହିଛି | Vivo X Foldରେ ୪୬୦୦ mAh ଡୁଆଲ ସେଲ ବ୍ୟାଟେରୀ ରହିଛି । ଯାହା ସହ 66W ର ବାୟାର୍ଡ଼ ଫାଷ୍ଟ ଚାରଜିଙ୍ଗ ସୁବିଧା ରହିଛି । ଏହା ସହିତ 80W ର Gallium Nitride PD ଚାର୍ଜର ବି ମିଳିବ । ଫୋନ ସହିତ 50W ୱେୟାରଲେସ ଚାରଜିଙ୍ଗ ସପୋର୍ଟ ବି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.