ଚାର୍ଟ ପ୍ରସ୍ତୁତି ପରେ ଯଦି ଆପଣ ଟ୍ରେନ ଟିକେଟ କ୍ୟାନସଲ କରୁଛନ୍ତି ତେବେ ବି ମିଳିବ ପୁରା ରିଫଣ୍ଡ, ଏପରି କରନ୍ତୁ ଆପ୍ଲାଏ

ଯଦି କିଛି ଜରୁରୀ କାଳିନ ପରିସ୍ଥିତିରେ ଆପଣ ନିଜ ଟ୍ରେନ ଟିକେଟକୁ କ୍ୟାନସଲ କରିଦିଅନ୍ତି ତେବେ ଅନେକ ଅସୁବିଧା ଭୋଗିବାକୁ ପଡେ। ଏମିତିରେ ନିଜ ଟଙ୍କା ଫେରି ପାଇବା କଷ୍ଟ ହୁଏ। ଏମିତିରେ ରେଳ ବିଭାଗ ସହ ଅନେକ ଖୋସାମତ କରିବାକୁ ପଡେ। ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଆମେ ଏଥିପାଇଁ ନେଇ ଆସିଛୁ ସହଜ ତରିକା। ଯାହାକୁ ଆପଣାଇ ନିଜର କ୍ୟାନସଲ ଟିକେଟ ଉପରେ ଆପଣ ରିଫଣ୍ଡ ଖୁବ ଶୀଘ୍ର ପାଇପାରିବେ।

ଯଦି କିଛି ଏମରଞ୍ଜେନ୍ସି ରେ ଆପଣ ଟ୍ରେନ ଟିକେଟ ଚାର୍ଟ ପରେ ବି କ୍ୟାନସଲ କରୁଛନ୍ତି। ତେବେ ଆପଣ ନିଜ ରିଫଣ୍ଡ ପାଇଁ ଆପ୍ଲାଏ କରିପାରିବେ। ଏହାର ତରିକା ମଧ୍ୟ ଖୁବ ସହଜ ରହିଛି। ଆଇଆରସିଟିସି ଏହାକୁ ନେଇ ଏକ ଇଜି େଓ୍ଵ ବାହାର କରିଛି। ଯେକୌଣସି ସମୟରେ ଆପଣ ନିଜ ଟ୍ରେନ ଟିକେଟ କ୍ୟାନସଲ କରନ୍ତୁ ନା କାହିଁକି ଆପଣ ଏଥିପାଇଁ ଖୁବ ସହଜରେ ରିଫଣ୍ଡ ପାଇପାରିବେ। ଜାଣନ୍ତୁ କିପରି..

train

ଏଥିପାଇଁ ଆପଣଙ୍କୁ କ୍ଲେମ କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଆପଣଙ୍କୁ ଇଣ୍ଡିଆନ ରେଲେଓ୍ଵ ରିଫଣ୍ଡ ରୁଲ ସାହାଯ୍ୟ କରିବ। ରେଳ ବିଭାଗ କହିଛି ଯେ ଯଦି କିଛି କାରଣରୁ ଆପଣ ନିଜ ଟିକେଟ କ୍ୟାନସଲ କରୁଛନ୍ତି ତେବେ ଆପଣ ଏଥିପାଇଁ ରିଫଣ୍ଡ ଦାବି କରିପାରିବେ। ଏମିତିରେ ଆପଣ ଅଧା ଯାତ୍ରା କଲେ ବି ରିଫଣ୍ଡ ପାଇପାରିବେ। ରେଳ ବିଭାଗ ତରଫରୁ ଏଥିପାଇଁ ଏକ ଭିଡ଼ିଓ ଜାରୀ କରାଯାଇଛି। ଏମିତିେ ର ଯଦି ଆପଣ ପ୍ରଥମରୁ ଟିକେଟ କ୍ୟାନସଲ କରୁଛନ୍ତି କିମ୍ବା ଅଧା ଯାତ୍ରା କରୁଛନ୍ତି ତେବେ ଆଶିଂକ ରୂପେ ଆପଣଙ୍କୁ ରିଫଣ୍ଡ ମିଳିଯିବ। ଏମିତିରେ ନିୟମ ଅନୁଯାୟୀ ଆପଣ ଟିକେଟ ଡିପୋଜିଟ ରସିଦ କୁ ଦାଖଲ କରିବାକୁ ହେବ।

– ପ୍ରଥମେ ଆପଣ irctc ଅଫିସିଆଲ େଓ୍ଵବସାଇଟ www.irctc.co.in କୁ ଯାଆନ୍ତୁ।
– ଏବେ ହୋମ ପେଜରେ My Account ଉପରେ କ୍ଲିକ କରନ୍ତୁ।
– ଏବେ ଡ୍ରପ ଡାଉନ ମେନ୍ୟୁରେ My transaction ରେ କ୍ଲିକ କରନ୍ତୁ।
– ଏଠାରେ ଆପଣ File TDR ଅପସନରୁ ଯେକୌଣସି ଗୋଟିଏ ଅପସନକୁ କ୍ଲିକ କରି ଫାଇଲ ଟିଡ଼ିଆର କରନ୍ତୁ।

train
– ଏବେ ଆପଣଙ୍କୁ ଟିକେଟ ବୁକ ଲିଷ୍ଟ ଦେଖାଯିବ।
– ଏବେ ଆପଣ ପିଏନଆର ନମ୍ବର, ଟ୍ରେନ ନମ୍ବର ଏବଂ କାପଚା ଏଣ୍ଟର କରାନ୍ତୁ। ପରେ କ୍ୟାସନଲ ବଟମ କୁ ସିଲେକ୍ଟୁ କରନ୍ତୁ।
– ଶେଷରେ ଫର୍ମକୁ ସବମିଟ କରନ୍ତୁ।
– ଏବେ ଆପଣଙ୍କ ନମ୍ବରକୁ ଓଟିପି ଯିବ।
– ଏହାକୁ ଏଣ୍ଟର କରିବା ପରେ ରିଫଣ୍ଡ ରାଶି ଦେଖାଇବ।
– ବୁକିଂ ଫର୍ମରେ ଦିଆଯାଇଥିବା ନମ୍ବରରେ ଏକ କନଫର୍ମେସନ ମେସେଜ ଆସିବ। ଏହାପରେ ଆପଣ ନିଜ ରିଫଣ୍ଡ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.