Below header

ଭୋଡାଫୋନ ଲଞ୍ଚ କଲା ‘ପାରିବାରିକ ପ୍ଲାନ୍’, ଏକାସାଥିରେ ୫ ଲୋକ କରିପାରିବେ ବ୍ୟବହାର

ଭୋଡାଫୋନ ଗତ କିଛି ସପ୍ତାହ ଠାରୁ ଲଗାତର ଭାବେ ନୂଆ ପ୍ଲାନ ଲଞ୍ଚ କରୁଛି। ଏବେ କମ୍ପାନୀ ନିକଟରେ ୫୯୯ ଟଙ୍କାର ୧୮୦ ଦିନର ବୈଧତା ସହିତ ନୂଆ ପ୍ରି-ପ୍ରେଡ୍ ପ୍ଲାନ ଲଞ୍ଚ କରିଛି। ପ୍ରୀ-ପେଡ୍ ପରେ ଏବେ ଭୋଡାଫୋନ ଏକ ପୋଷ୍ଟପେଡ ପ୍ଲାନ ବଜାରକୁ ପ୍ରବାହିତ କରିଛି ଯାହାର ଲାଭ ପୂରା ପରିବାରକୁ ହେବ। ଆସନ୍ତୁ ଜାଣିବା ଭୋଡାଫୋନର ଏହି ପାରିବାରିକ ପ୍ଲାନ ବିଷୟରେ।

ଭୋଡାଫୋନ ଏହି ପ୍ଲାନକୁ ସେହି ଲୋକଙ୍କ ପାଇଁ ଲଞ୍ଚ କରିଛି ଯେଉଁମାନେ ଏମିତି ଏକ ପ୍ଲାନର ଅନ୍ବେଷଣର ଥିଲେ ଯାହାର ଲାଭ ପୂରା ପରିବାର ଉଠାଇପାରିବେ। ଭୋଡାଫୋନର ଏହି ନୂଆ ପୋଷ୍ଟପେଡ୍ ପ୍ଲାନର ଦାମ ୯୯୯ ଟଙ୍କା। ଭୋଡାଫୋନର ଏହି ପ୍ଲାନ ଆପଣଙ୍କୁ ୨୦୦ ଜିବି ଡାଟା ମିଳିବ ଏବଂ ଏହା ସହିତ ବଳକା ଡାଟାକୁ ପର ଦିନ ବ୍ୟବହାର କରିବାର ବିକଳ୍ପ ମିଳିବ।

vodafone redଭୋଡାଫୋନର ଏହି ପ୍ଲାନ ଦ୍ବାରା ଆପଣ ନିଜର ପରିବାରର ୫ ଲୋକଙ୍କୁ ଯୋଡି ପାରିବେ। ଏଥିରେ ଆପଣଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଆମାଜନ ପ୍ରାଇମ ଫ୍ରି ସବସ୍କ୍ରିପସନ ମଧ୍ୟ ମିଳିବ। ଏହି ପ୍ଲାନରେ ଅନଲିମିଟେଡ୍ ଲୋକାଲ-ଏସଟିଡି କଲିଂ ମଧ୍ୟ ମିଳିବ। ଏହି ପ୍ଲାନରେ ପରିବାରର ପାଞ୍ଚ ସଦସ୍ୟଙ୍କୁ ୩୦ ଜିବି ଡାଟା ମିଳିବ ଏବଂ ପ୍ରାଥମିକ ୟୁଜରଙ୍କୁ ୮୦ ଜିବି ଡାଟା ମିଳିବ।

କମ୍ପାନୀ ୮୯୯ ଟଙ୍କାର ମଧ୍ୟ ପ୍ଲାନ ବାହାର କରିଛି ଯାହାର ଲାଭ ୪ ଜଣ ଲୋକ ଉଠାଇପାରିବେ। ଏଥିରେ ପ୍ରତ୍ୟେକ ସଦସ୍ୟଙ୍କୁ ୩୦ ଜିବି ଡାଟା ଏବଂ ପ୍ରାଇମେରୀ ୟୁଜରଙ୍କୁ ୭୦ ଜିବି ଡାଟା ମିଳିବ। ଏହାସହିତ ଅନଲିମିଟେଡ କଲିଂର ମଧ୍ୟ ଲାଭ ମିଳିବ।

ଭୋଡାଫୋନ ନିକଟରେ ୨୯୯ ଟଙ୍କାର ନୂଆ ପ୍ରୀ-ପେଡ୍ ପ୍ଲାନ ବଜାରରେ ଲଞ୍ଚ କରିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ଲୋକାଲ-ଏସିଡିଟି ଅନଲିମିଟେଡ୍ କଲିଂ ସହିତ ୪ ଜିବି ଡାଟା ମଧ୍ୟ ମିଳିବ। ଭୋଡାଫୋନର ଏହି ପ୍ଲାନର ବୈଧତା ୭୦ ଦିନର ଅଟେ। ଭୋଡାଫୋନର ଏହି ପ୍ଲାନ ୨୯୯ ଟଙ୍କା ବିଶିଷ୍ଟ ପ୍ୟାକରେ ଗ୍ରାହକଙ୍କୁ ମୋଟ ୩ ଜିବି ଡାଟା ଏବଂ ୧,୦୦୦ ଏସଏମଏସ ମିଳିବ। ଏହି ପ୍ଲାନକୁ ସେହି ଲୋକଙ୍କ ପାଇଁ ଲଞ୍ଚ କରାଯାଇଛି ଯେଉଁମାନେ ଲମ୍ବା ବୈଧତା ବିଶିଷ୍ଟ ପ୍ଲାନ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.