ଖରାଦିନରେ ଏପରି କରନ୍ତୁ ଲହୁଣୀର ବ୍ୟବହାର,ତ୍ୱଚା ଚମକିବା ସହ ଦୂର ହେବ ଅନେକ ସମସ୍ୟା

ଖରାଦିନରେ ସବୁଠାରୁ ଅଧିକ ତ୍ୱଚା ଖରାପ ହୋଇଥାଏ। ସୂର୍ୟ୍ୟ କିରଣ ସିଧାସଳଖ ଚର୍ମରେ ପଡିବା କାରଣରୁ ଅନେକ ତ୍ୱଚା ସମ୍ବନ୍ଧୀତ ଅସୁବିଧା ଦେଖାଯାଇଥାଏ। ଏମିତିରେ ଲହୁଣୀର ସେବନ ଏବଂ ବ୍ୟବହାର ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ତେବେ ଆପଣ ଲହୁଣୀର ବ୍ୟବହାର ତ୍ୱଚା ପାଇଁ ବିଭିନ୍ନ ପ୍ରକାରରେ କରିପାରିବେ। ଏଥିରେ ଉପସ୍ଥିତ ତତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହ ତୀବ୍ର ଖରାକିରଣରୁ ଏହାକୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା କିପରି କରାଯିବା ତ୍ୱଚା ପାଇଁ ଲହୁଣୀର ବ୍ୟବହାର।
ଲହୁଣୀ ଏବଂ ଟମାଟୋର ବ୍ୟବହାର :
ଲହୁଣୀ ଏକ ପ୍ରାକୃତିକ ଲୋସନ ଭାବେ ବ୍ୟବହାର ହୋଇଥାଏ। ସନବର୍ଣ୍ଣକୁ କମ କରିବା ପାଇଁ ଲହୁଣୀ ଏବଂ ଟମାଟୋର ମିଶ୍ରଣ ଖୁବ ଲାଭକାରୀ ହୋଇଥାଏ। ଏହି ମିଶ୍ରଣରେ ଥିବା ଭିଟାମିନ ଏ ଏବଂ ସି ତ୍ୱଚା ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ଧୋଇବା ପରେ ଆପଣଙ୍କୁ ତ୍ୱଚା ଖୁବ କୋମଳ ଏବଂ ଥଣ୍ଡା ଅନୁଭୂତ ହୋଇଥାଏ।
ଲହୁଣୀ ଏବଂ ମହୁର ବ୍ୟବହାର :
ଲହୁଣୀ ଏବଂ ମହୁର ମିଶ୍ରଣ ଆଣ୍ଟିଂ ଏଜିଂ ଭାବେ ବ୍ୟବହାର ହୋଇଥାଏ। ମହୁ ପ୍ରାକୃତିକ କ୍ଳିଞ୍ଜର ଭାବେ କାମ କରିଥିବା ବେଳେ ଲହୁଣୀ ମଶ୍ଚରାଇଜର ଭାବେ ବ୍ୟବହାର ହୋଇଥାଏ। ଲହୁଣୀ ଏବଂ ମହୁକୁ ମିଶାଇ ତ୍ୱଚାରେ ଲଗାଇବା ରଖନ୍ତୁ ହାଲୁକା ଶୁଖିବା ପରେ ତାହାକୁ ଧୋଇ ଦିଅନ୍ତୁ।
ଲହୁଣୀ ଏବଂ କମଳା ଚୋପାର ବ୍ୟବହାର :
ଲହୁଣୀରେ ଲକ୍ଟିକ୍ ଏସିଡ ଏବଂ ଅଲ୍ଫା ହାଇଡ୍ରକ୍ସି ଏସିଡ ରହିଥାଏ। ଯାହା ତ୍ୱଚାରେ ଚମକ ବଢ଼ାଇବାରେ ସହାୟକ ହୋଇଥାଏ। ଏହା ମୁହଁରେ ଥିବା ଦାଗଧବା ଆଦି ସବୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଏଥିପାଇଁ କମଳା ଚୋପା ଗୁଣ୍ଡକୁ ଲହୁଣୀରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ।