ଖୁବ ଶୀଘ୍ର Whats App ଲଞ୍ଚ କରିବ ଏକ ନୂଆ ଫିଚର, ସବୁଦିନ ପାଇଁ ମ୍ୟୁଟ ହୋଇଯାଇପାରିବ କୌଣସି ନମ୍ବର

ଖୁବଶୀଘ୍ର ସୋସିଆଲ ମିଡ଼ିଆ କମ୍ପାନୀ  Whats App ଏକ ବଡ ଧରଣର ଫିଚର ଲଞ୍ଚ କରିବାକୁ ଯାଉଛି । Whats appର ନୂଆ ଅପଡେଟରେ ଆପଣଙ୍କୁ ଅଲବେଜ, ନୂଆ ଷ୍ଟୋରେଜ ୟୁଆଇ, ଟୁଲ୍ସ ସମେତ ମିଡ଼ିଆ ଗାଇଡଲାଇନ୍ସ ପରି ଫିଚର୍ସ ଉପଲବ୍ଧ ହୋଇପାରିବ । Whats appର ଏହି ନୂଆ ଫିଚର୍ସ ଟେଷ୍ଟିଙ୍ଗ ପ୍ରଥମେ ବିଟା ବର୍ଜନରେ ଉପଲବ୍ଧ ହେବ ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି, ଏହି ଫିଚରସର ଟେଷ୍ଟିଙ୍ଗ ବର୍ତ୍ତମାନ କେବଳ ଆଣ୍ଡ୍ରଏଡର ବିଟା ଭର୍ଜନ ଫୋନ ଗୁଡିକରେ ହିଁ ଉପଲବ୍ଧ ହେବ । ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ଼ ବିଟା ଭର୍ଜନରେ ଅନେକ ଗୁଡିଏ ଫିଚର୍ସ ଉପଲବ୍ଧ ଥାଏ । ଯାହା ମଧ୍ୟରୁ ସବୁଠୁ ଖାସ ଫିଚର ହେଉଛି ଅଲବେଜ ମ୍ୟୁଟ । ବର୍ତ୍ତମାନ ସମୟରେ ପ୍ରଚଳିତ ଥିବା ଭର୍ଜନରେ କୌଣସି ଗ୍ରୁପ ବା କୌଣସି ନମ୍ବରରୁ ସର୍ବାଧିକ ଏକ

ବର୍ଷ ପାଇଁ ମ୍ୟୁଟ କରାଯାଇପାରୁଥିବା ବେଳେ ନୂଆ ଅପଡେଟ ଭର୍ଜନରେ ସବୁ ଦିନ ପାଇଁ କୌଣସି ନମ୍ବର ବା ଗ୍ରୁପକୁ ମ୍ୟୁଟ କରିଦେଇପାରିବେ । ଏହାବାଦ ଏହି ନୂଆ ଅପଡେଟରେ ମିଡ଼ିଆ ଗାଇଡ଼ଲାଇନସ ନାଁରେ ବି ଏକ ନୂଆ ଫିଚର ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ସ୍ଟିକର୍ଷ ଆଲାଇମେଣ୍ଟ , ଭିଡିଓ, ଜିଫ, ଇମେଜ ସମେତ ଟେକ୍ସଟ ଅପଡେଟ କରିବା ଫିଚର ବି ଉପଲବ୍ଧ ହେବ । ଏହା ସହ ଏକ ନୂଆ ଫିଚର ବି ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । କହିରଖିବା ଉଚିତ ହେବକି, ଗତ ମାସରେ ହିଁ ଏକ ରିପୋର୍ଟ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଖୁବ ଶୀଘ୍ର ଏମିତି ଏକ ଫିଚର ଆଣିବାକୁ ଚେଷ୍ଟା ଚଳାଇଛି ଯାହା ଦ୍ୱାରା ଭାତସର କୌଣସି ମେସେଜ ଆପେ ଆପେ ହିଁ ଡିଲିଟ ହୋଇଯାଇପାରିବ ।