ଅଭିନେତ୍ରୀ ନୁସରତ ଜହାଆଁଙ୍କ ଏହି ଫଟୋସୁଟ କାରଣରୁ ତାଙ୍କୁ ମିଳିଲା ହତ୍ୟା ଧମକ ! କଠୋରପନ୍ଥୀ କହିଲେ, ‘ତୁମ ମୃତ୍ୟୁର ସମୟ ଆସିଯାଇଛି’

ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଲୋକସଭା ସଦସ୍ୟା ନୁସରତ ଜହାଆଁଙ୍କୁ ନିକଟରେ ସୋସିଆଲ ମିଡିଆରେ ଜୀବନରୁ ମାରିଦେବାର ଧମକ ମିଳିଛି। ଖବରରୁ ଜଣାପଡିଛି, ନୁସରତ ଜହାଆଁ ଦେବୀ ଦୁର୍ଗାଙ୍କ ରୂପରେ ନିଜର ଏକ ଫଟୋସୁଟ କରାଇଥିଲେ, ଯାହାକୁ ସେ ଇନଷ୍ଟାରେ ସେୟାର କରିଥିଲେ। ସେୟାର କରିଥିବା ଏହି ଫଟୋରେ ସେ ହାତରେ ତ୍ରିଶୂଳ ଧରି ମା’ ଦୁର୍ଗାଙ୍କ ଅବତାରରେ ନଜର ଆସୁଛନ୍ତି। ତେବେ ଏହି ଫଟୋ ସେୟାର କରିବା ପରେ ନୁସରତ ଧାର୍ମିକ ବିଦ୍ୱେଷର ଶିକାର ହୋଇଛନ୍ତି ଏବଂ ଲୋକେ ତାଙ୍କୁ ନେଇ ଚର୍ଚ୍ଚା, ଆଲୋଚନା କରିବାରେ ଲାଗିଛନ୍ତି।

ww

କିଛି ଲୋକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ମୁସଲିମ ବିରୋଧୀ ବୋଲି କୁହାଯାଉଛି। ନୁସରତଙ୍କ ଦୁର୍ଗା ଅବତାର ଦେଖି କ୍ରୋଧିତ ହୋଇଉଠିଥିବା କଠୋରପନ୍ଥୀମାନେ କହିଛନ୍ତି, ‘ତୁମର ମୃତ୍ୟୁ ସମୟ ଆସିଯାଇଛି। ଆଲ୍ଲାହଙ୍କୁ ଡର। କ’ଣ ତୁମେ ତୁମ ଶରୀର ଢାଙ୍କିକି ରଖିପାରୁନ। ଛି ଛି ଛି’। ଅନ୍ୟ ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ, ତୁମେ ନିଜ ନାଁ ନୁସରତ ଜହାଆଁକୁ ବଦଳାଇ ନୁସୁ ଦାସ କିମ୍ବା ଘୋଷ କିମ୍ବା ସେନ ରଖିଦିଅ’।

tt

କହି ରଖୁଛୁ, ପୂର୍ବରୁ ମଧ୍ୟ ନୁସରତ ଜହାଆଁଙ୍କୁ ଏମିତି ଧମକ ମିଳିଛି। କାରଣ, ସେ ଜଣେ ମୁସଲିମ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଜଣେ ହିନ୍ଦୁ ବ୍ୟକ୍ତି ନିଖିଲ ଜୈନଙ୍କୁ ବିବାହ କରିଛନ୍ତି। ଏଥିସହ ନିଜ ବିବାହ ପରେ ପ୍ରଥମ ଥର ମଥାରେ ସିନ୍ଦୁର ଲଗେଇ ସଂସଦରେ ପହଞ୍ଚିଥିଲେ। ସେହି ସମୟରେ ତାଙ୍କୁ ଅନେକ କିଛି ଶୁଣିବାକୁ ମିଳିଥିଲା, କିନ୍ତୁ ନୁସରତଙ୍କ ବାହାଦୂରୀ କଠୋରପନ୍ଥୀମାନଙ୍କ ମୁଁହ ବନ୍ଦ କରିଦେଇଥିଲା।