ସିଲଭର ସ୍କ୍ରିନରୁ ଦୂରେଇ ରହିଥିବା ରେଖା ଏବେ ଛୋଟ ପରଦାରେ ଆସିବେ ନଜର, ସେୟାର କଲେ ନିଜ ସିରିଏଲର ପ୍ରମୋ ଭିଡିଓ

ବଡ ପରଦାରେ ନିଜର ଯାଦୁ ଦେଖାଉଥିବା ଅଭିନେତ୍ରୀ ରେଖା ବର୍ତ୍ତମାନ ଟିଭିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଟିଭି ଶୋ ‘ଗୁମ ହେ କିସୀ କେ ପ୍ୟାର୍ ମେ’ରୁ ଛୋଟ ପରଦାରେ ପାଦ ଥାପିବାକୁ ଯାଉଛନ୍ତି । ଏହି ଶୋ’ର ଏକ ପ୍ରୋମୋ ଭିଡିଓ ମଧ୍ୟ ରିଲିଜ୍ ହୋଇଛି । ଯେଉଁଥିରେ ରେଖା ବହୁତ ସୁନ୍ଦର ଦେଖାଯାଉଛନ୍ତି ।


ପ୍ରମୋ ଆରମ୍ଭରେ, ରେଖା ଗୁମ ହେ କିସୀ କେ ପ୍ୟାର୍ ମେ… ଗୀତ ଗାଉଛନ୍ତି । ସେ ଏକ ଗୋଲଡେନ ରଙ୍ଗର ଏକ ରେଶମୀ ଶାଢ଼ୀ ପିନ୍ଧିଛନ୍ତି । ସେ କପାଳରେ ବିନ୍ଦି, ମଥାରେ ସିନ୍ଦୁର, ନାଲି ଲିପଷ୍ଟିକ୍ ଏବଂ ବଡ ବଡ଼ ଝୁମକା ପିନ୍ଧିଛନ୍ତି । ସେ ହାତରେ ରଙ୍ଗବେରଙ୍ଗର ଚୁଡ଼ି ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି । ତେବେ ପ୍ରମୋରେ ସେ ଏହି ଧାରାବାହିକ ବିଷୟରରେ ସମ୍ୟକ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଏହି ସିରିଏଲ ସୋମବାରରୁ ଶୁକ୍ରବାର ରାତି 8 ଟାରେ ଷ୍ଟାର ପ୍ଲସରେ ପ୍ରସାରଣ ହେବାକୁ ଯାଉଛି । ଯଦିଓ ଏହାର ନିର୍ମାତା ଏବଂ ରେଖା ଏପର୍ଯ୍ୟନ୍ତ ତାଙ୍କର ଭୂମିକା ବିଷୟରେ କୌଣସି ସୂଚନା ପ୍ରଦାନ କରିନାହାଁନ୍ତି । ରେଖା ଦୀର୍ଘ ଦିନ ହେବ ବଡ ପରଦାରୁ ଦୁରେଇ ରହିଛନ୍ତି । ତାଙ୍କୁ ଶେଷ ଥର ପାଇଁ 2014ରେ ଆସିଥିବା ଫିଲ୍ମ ସୁପର ନାନିରେ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.