Whats app ବିଜିନେସ ଆପରେ ଖୁବଶୀଘ୍ର ଆସିବାକୁ ଯାଉଛି ନୂଆ ଫିଚର, ଏବେ ସହଜ ହେବ ସର୍ଚିଙ୍ଗ
WhatsAppର ବିଜିନେସ ଆପରେ ଖୁବଶୀଘ୍ର ଏକ ନୂଆ ଫିଚର ଆସିବାକୁ ଯାଉଛି । ଏହି ଆପରେ ୟୁଜର୍ସ ମାନେ କୌଣସି ଦୋକାନ କିମ୍ବା ସର୍ଭିସ ବାବଦରେ ସର୍ଚ୍ଚ କରିପାରିବେ । ଫେସବୁକ ନିଜ WhatsApp ଆପକୁ ଖୁବ କମ ଦିନ ଭିତରେ ଇ-କମର୍ସ ଆପରେ ପରିଣତ କରିବା ନେଇ ଚେଷ୍ଟା ଜାରି ରଖିଛି । ଫେସବୁକ ଓ ଇନ୍ଷ୍ଟଗ୍ରାମ ପରି ହ୍ୱାଟ୍ସଅପରେ ସେତେ ମାତ୍ରାରେ ବିଜ୍ଞାପନ ଆସେ ନାହିଁ । ସେହି କାରଣରୁ ବିଜିନେସ ଆପ ଜରିଆରେ ନିଜ ରୋଜଗାରକୁ ବଢ଼ାଇବାକୁ ଚାହୁଁଛି କମ୍ପାନୀ । ଆଗକୁ WhatsAppରେ ବିଜ୍ଞାପନ ଦେଖିବାକୁ ମିଳିପାରେ ଆଭାସ ମିଳିଛି । ରିପୋର୍ଟ ମୁତାବକ ଆଗକୁ ହ୍ୱାଟ୍ସଅପର ସ୍ଟାଟସରେ ଇନ୍ଷ୍ଟଗ୍ରାମ ଷ୍ଟୋରିଜ ପରି ବିଜ୍ଞାପନ ଦେଖିବାକୁ ମିଳିପାରେ । ଅନ୍ୟପକ୍ଷରେ କରୋନା ମହାମାରୀ ଓ ସେନେଇ ଲାଗୁ ହୋଇଥିବା ଲକ ଡାଉନ କାରଣରୁ ଅନଲାଇନ କିଣାବିକା ଖୁବ ବଢିଥିବା ନେଇ ଲକ୍ଷ କରାଯାଇଛି । ଲଗାତାର ଭାବରେ ଫେସବୁକ ନିଜ ପ୍ଲାଟଫର୍ମରେ ସପିଙ୍ଗ ଫିଚରକୁ ଅପଡ଼େଟ କରୁଛି । ଏହାର ଏକ ଭାଗ ହେଉଛି ଫେସବୁକ ସପିଙ୍ଗ ।
ଜଣାଇ ରଖୁଛୁକି WhatsApp ରେ ଅନେକ ସଂଖ୍ୟାରେ ବିଜିନେସ କାଟାଗୋରିଜ ଅଛି । ଏମଧ୍ୟରୁ କେତୋଟି ହେଉଛି ଫୁଡ, ରିଟେଲ, ଲୋକାଲ ସର୍ଭିସ । କିଛି ମାସ ତଳେ WhatsApp ପ୍ରାଇଭେସିକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା । ଯାହା ପରେ କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଥିଲାକି କମ୍ପାନୀ କେବେ ବି ୟୁଜର୍ସଙ୍କ ଲୋକେସନକୁ ଟ୍ରାକ କରେନିକି ପ୍ରାଇଭେଟ ଚାଟକୁ ମଧ୍ୟ ପଢ଼େନାହିଁ । ବିଜିନେସ ଆକାଉଣ୍ଟରେ ହେଉଥିବା ଚାଟିଙ୍ଗ ଉପରେ ହିଁ ନଜର ରଖିଥାଏ ।
WhatsApp ଅନୁଯାୟୀ ବିଶ୍ୱସ୍ତରରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିଜ୍ଞାପନଦାତା ଇନ୍ଷ୍ଟଗ୍ରାମ ଓ ଫେସବୁକ ଜରିଆରେ କ୍ଲିକ ଟୁ WhatsAppର ବ୍ୟବହାର କରି ନିଜ ୟୁଜର୍ସ ମାନଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରିଆସୁଥିଲା ।