ଆଜିଠୁ ଆରମ୍ଭ ହୋଇଗଲା ଆଇପିଏଲ୍ ଟିକେଟ୍ ବିକ୍ରି, ଏହି େଓ୍ଵବ୍ସାଇଟ ଜରିଆରେ କରନ୍ତୁ ଅନଲାଇନ ଆବେଦନ
ଆଇପିଏଲ୍ ୨୦୨୧ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି। ୟୁଏଇରେ ହେବାକୁ ଥିବା ମ୍ୟାଚ୍ର ଲାଭ ଉଠାଇବାକୁ ଫ୍ୟାନ୍ମାନଙ୍କୁ ଷ୍ଟାଡିୟମ୍ ଆସିବାକୁ ଅନୁମତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜିଠୁ ଟିକେଟ୍ ବିକ୍ରି ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି। ଗୁରୁବାର ଅର୍ଥାତ୍ ୧୬ ସେପ୍ଟେମ୍ବର ଦ୍ୱିପ୍ରହର ସାଢ଼େ ୧୨ଟାଠାରୁ ଲୋକେ ଅନଲାଇନ ଜରିଆରେ ଟିକେଟ୍ କିଣି ପାରିବେ।
ବିସିସିଆଇ ପକ୍ଷରୁ କୁହାଯାଇଛି କି, ଆଇପିଏଲ୍ର ଅଫିସିଆଲ େଓ୍ଵବ୍ସାଇଟ https://www.iplt20.com/ କୁ ଯାଇ ଲୋକେ ଟିକେଟ୍ ବୁକିଙ୍ଗ୍ କରି ପାରିବେ। ମ୍ୟାଚ୍ଗୁଡ଼ିକର ଆୟୋଜନ ଗତବର୍ଷର ଆଇପିଏଲ୍ ଧାରାରେ ହିଁ ୟୁଏଇର ୩ ସହର ଦୁବାଇ, ଶାରଜାହ ଓ ଅବୁଧାବିରେ କରାଯିବ। ଏକଦମ୍ କରୋନା ଗାଇଡ୍ଲାଇନ ଭିତରେ ହିଁ ମ୍ୟାଚ୍ ଆୟୋଜିତ ହେବ। ଫ୍ୟାନ୍ମାନଙ୍କୁ ବି ସୀମିତ ସଂଖ୍ୟାରେ ଷ୍ଟାଡିୟମ୍ ଆସିବାକୁ ୟୁଏଇ ପ୍ରଶାସନ ଅନୁମତି ଦେଇଛି।
ସୂଚନାଥାଉ କି, ୧୯ ସେପ୍ଟେମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମ୍ୟାଚ୍ ସହିତ ୟୁଏଇରେ ଆଇପିଏଲ୍ର ଆରମ୍ଭ ହେବ। ଭାରତରେ କେବଳ ୨୯ ମ୍ୟାଚ୍ର ହିଁ ଆୟୋଜନ ହୋଇ ପାରିଥିଲା। ଏ ସମସ୍ତ ମ୍ୟାଚ୍ କରୋନାର ଦ୍ୱିତୀୟ ଲହରୀ ଭିତରେ ଦର୍ଶକଙ୍କ ବିନା ଆୟୋଜିତ ହୋଇଥିଲା।