Below header

ହ୍ୱାଟ୍ସଆପକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଗ୍ରୁପରେ ଆପତ୍ତିଜନକ ବାର୍ତ୍ତା ପାଇଁ ଦାୟୀ ହେବେନି ଆଡମିନ

ଅନେକ ସମୟରେ ହ୍ୱାଟ୍ସଆପ ଗ୍ରୁପରେ ବିଭିନ୍ନ ପ୍ରକାର ଆପତ୍ତିଜନକ ପୋଷ୍ଟ ଭାଇରାଲ ହେଉଥିବାର ଆପଣ ଦେଖିଥିବେ। ଯାହା ପାଇଁ କିଛି ଲୋକ, ଗ୍ରୁପର ଆଡମିନକୁ ଦୋଷୀ ସାବ୍ୟସ୍ତ କରନ୍ତି। କିନ୍ତୁ ବର୍ତ୍ତମାନ ହାଇକୋର୍ଟ କହିଛନ୍ତି ଯେ ଏବେ କୌଣସି ଭାବେ ଗ୍ରୁପ୍‌ର ଆଡମିନଙ୍କୁ ଦୋଷୀ କୁହାଯିବ ନାହିଁ ଯଦି ସେ କୌଣସି ଆପତ୍ତିଜନକ ହିଂସାରେ ଅଂଶୀଦାର ନଥିବେ।

ତେବେ ଅଦାଲତ କହିଛନ୍ତି ଯେ ହ୍ୱାଟ୍ସଆପ ଗ୍ରୁପ୍‌ର ଆଡମିନଙ୍କ ଅନ୍ୟ ସଦସ୍ୟଙ୍କ ଉପରେ ଥିବା ଏକମାତ୍ର ଅଧିକାର ହେଉଛି ଯେ ସେ ଗ୍ରୁପର ଯେକୌଣସି ମେମ୍ବରଙ୍କୁ ଗ୍ରୁପରେ ଆଡ୍ କରିପାରିବେ କିମ୍ବା କାଢ଼ିପାରିବେ । ଯଦି ଆପଣ କୌଣସି ଗ୍ରୁପ୍ ର ଆଡମିନ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଖୁସି ଖବର। ତେଣୁ କୌଣସି ହିଂସାତ୍ମକ ପୋଷ୍ଟ ଯଦି ଆପଣଙ୍କ ଗ୍ରୁପରେ କିଏ ସେୟାର କରୁଛି ତେବେ ତାକୁ ଆପଣ ରିମୁଭ କରିପାରିବେ।

କେରଳ ହାଇକୋର୍ଟ ହ୍ୱାଟ୍ସଆପକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି। କହିଛନ୍ତି ଯେ ଯଦି ହ୍ୱାଟ୍ସଆପ ଗ୍ରୁପରେ କୌଣସି ଆପତ୍ତିଜନକ ପୋଷ୍ଟ ସେୟାର କରାଯାଏ ତେବେ ଗ୍ରୁପ୍ ଆଡମିନ ଦାୟୀ ରହିବେ ନାହିଁ। ସେ ଏହା ବିପକ୍ଷରେ କୋର୍ଟରେ କେସ ଫାଇଲ କରିପାରିବେ। ତେବେ ଏକ ମାମଲାର ଶୁଣାଣି ପରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।

୨୦୨୨୧ ମସିହା ମାର୍ଚ୍ଚ ମାସରେ, ‘ଫ୍ରେଣ୍ଡସ୍’ ନାମକ ଏକ ହ୍ୱାଟ୍ସଆପ ଗ୍ରୁପ୍ ରେ ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ କିଛି ପିଲାମାନେ ସେକ୍ଚୁଆଲ୍ ଆକ୍ଟିଭିଟିରେ ଜଡିତ ଥିଲେ। ଏହି ଭିଡ଼ିଓ ଭାଇରାଲ୍ ହେବାପରେ ଗ୍ରୁପର ଆଡମିନ ହାଇକୋର୍ଟରେ ପେଟିସନ ଦାଖଲ କରିଥିଲେ। ଏହା ଛଡା ଗ୍ରୁପର ଅନ୍ୟ ଦୁଇଜଣ ଆଡମିନ୍ ଥିଲେ ଓ ତାଙ୍କ ମଧ୍ୟରୁ ଜଣେ ଥିଲେ ଅଭିଯୁକ୍ତ। ଏହାପରେ ଇନଫର୍ମେସନ୍ ଟେକନୋଲୋଜି ଆକ୍ଟ ଆଧାରରେ, ୨୦୦୦ ଧାରା 67B(a), (b) ଏବଂ (d) ଓ ଯୌନ ଅପରାଧ ଧାରା ୧୩,୧୪,୧୫ ଅନୁଯାୟୀ ପ୍ରଥମ ଅଭିଯୁକ୍ତଙ୍କ ବିରୋଧରେ କେସ ଫାଇଲ ହୋଇଥିଲା।

ପରେ, ଗ୍ରୁପର ଆଡମିନ୍ ହୋଇ ପେଟିସନ୍ ଦାଖଲ କରିଥିବା ଆବେଦନକାରୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା, ଏହା ପରେ ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ।

ତେବେ ଅଦାଲତ କହିଛନ୍ତି ଯେ ହ୍ୱାଟ୍ସଆପ ଗ୍ରୁପ୍‌ର ଆଡମିନିଷ୍ଟ୍ରେଟରଙ୍କ ଅନ୍ୟ ସଦସ୍ୟଙ୍କ ଉପରେ ଥିବା ଏକମାତ୍ର ଅଧିକାର ହେଉଛି ଯେ ସେ ଗ୍ରୁପର କୌଣସି ସଦସ୍ୟଙ୍କୁ ଗ୍ରୁପରେ ଆଡ୍ କରିପାରିବେ କିମ୍ବା ଗ୍ରୁପରୁ ଆଉଟ୍ କରିପାରିବେ। ଗ୍ରୁପରେ ଯାହା ପୋଷ୍ଟ ହୋଇଛି ତାହା ଉପରେ ଆଡମିନଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଅର୍ଥାତ କୌଣସି ଆପତ୍ତିଜନକ ପୋଷ୍ଟ ଗ୍ରୁପରେ ସେୟାର କରାଗଲେ ଆଡ଼ମିନ୍ ଏହାକୁ କାଟି ପାରିବେ ଓ କେସ ଫାଇଲ କରିପାରିବେ। କିନ୍ତୁ ତାଙ୍କୁ ସେହି ପୋଷ୍ଟ ପାଇଁ ଦାୟୀ କରାଯିବ ନାହିଁ।

ଜଷ୍ଟିସ୍ କୌସର ଏଡାପାଗାଥ କହିଛନ୍ତି ଆଇଟି ଆକ୍ଟ ଅନୁଯାୟୀ ଏପରି କୌଣସି ଆଇନ୍ ନାହିଁ ଯେଉଁଥିରେ ଗ୍ରୁପର ଆଡମିନଙ୍କୁ ଦୋଷୀ କରାଯିବ। ତେବେ ତାଙ୍କୁ ଅଭିଯୁକ୍ତ ବୋଲି ସେତେବେଳେ କୁହାଯିବ ଯଦି ସେ କୌଣସି ହିଂସାତ୍ମକ କାମରେ ମିଶିଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.