Below header

ଯୁଦ୍ଧ ବିରତ ପାଇଁ ପୁଟିନ୍‌ଙ୍କୁ ଅନୁରୋଧ କଲେ ଜାତିସଂଘର ମହାସଚିବ, କହିଲେ: “ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ସବୁଠୁ ଦୁଃଖ ଦାୟକ ମୁହୂର୍ତ୍ତ”

ନୂଆଦିଲ୍ଲୀ : ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ତାଙ୍କ ସମୟର ସବୁଠୁ ଦୁଃଖଦାୟକ ମୁହୂର୍ତ୍ତ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ଯୁଦ୍ଧରୁ ବିରତ ରହିବାକୁ ପୁଟିନ୍‌ଙ୍କୁ ହୃଦୟରୁ ଅନୁରୋଧ କରିଛନ୍ତି । ରୁଷ ସେନାକୁ ଅଟକାଇବା ସହ ଶାନ୍ତି ପାଇଁ ସୁଯୋଗ ସୃଷ୍ଟି କରିବାକୁ ନିବେଦନ କରିଛନ୍ତି । ଅନେକ ଲୋକଙ୍କ ମୃତ୍ୟୁ ଘଟିଲାଣି। ମାନବିକତା ଦୃଷ୍ଟିରୁ ସୈନ୍ୟଙ୍କୁ ଫେରାଇ ଆଣନ୍ତୁ ।

ୟୁରୋପରେ ଆଉ ଏକ ଯୁଦ୍ଧ ଆରମ୍ଭ ହେଲେ ଶତାବ୍ଦୀର ଏହା ସବୁଠୁ ବଡ଼ ଯୁଦ୍ଧ ହେବ । ପରିଣାମ କଣ ହେବ ତାହା ଭାବି ହେଉନି । ପୂରା ବିଶ୍ୱ ପ୍ରଭାବିତ ହେବ ବୋଲି କହିଛନ୍ତି ଜାତିସଂଘ ମହାସଚିବ । ସେହିଭଳି ୟୁକ୍ରେନ ସେନା ଅସ୍ତ୍ର ପରିତ୍ୟାଗ କରିବାକୁ ଅନୁରୋଧ କରିଛନ୍ତି ଆଣ୍ଟୋନିଓ ଗୁଟେରସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.