ଭାରତୀୟ ଷ୍ଟକ ମାର୍କେଟ ଉପରେ ସଙ୍କଟ; ଋଷିଆ ୟୁକ୍ରେନ ଯୁଦ୍ଧର ପ୍ରଭାବ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣର ସିଧାସଳଖ ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ ଉପରେ ପଡ଼ିଛି। ଧରାଶାୟୀ ହୋଇଛି ସେୟାର ବଜାର। କାରବାର ଆରମ୍ଭରୁ ହିଁ କମିଥିଲା ସେୟାରର ମୂଲ୍ୟ। ଅପରାହ୍ଣ ସୁଦ୍ଧା ସେନସେକ୍ସ ୨୭ଶହରୁ ଅଧିକ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୧୬ହଜାର ୬ଶହ ପଏଣ୍ଟ ଖସିଥିଲା।
ଗୋଟିଏ ଦିନର କାରବାରରେ ୮ଲକ୍ଷ କୋଟି କ୍ଷତି ହୋଇଥିବା ଜଣାପଡ଼ିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ଯୁଦ୍ଧର ପ୍ରଭାବ ଦେଖିଯାଇଛି। ୪୧୪ ପଏଣ୍ଟ ହ୍ରାସ ସହ ୧୬ହଜାର ୬୪୮ ପଏଣ୍ଟ ତଳକୁ ଖସିଛି କାରବାର।