ବଲିଉଡ଼ କହିଲା ଗଙ୍ଗୁବାଇ ବେଷ୍ଟ, ଜଲ୍ଦି ଟିକେଟ ବୁକ୍ କରନ୍ତୁ

ଗତକାଲି ବଡ଼ ପରଦାରେ ରିଲିଜ ହୋଇସାରିଛି ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲୀଲା ଭଂଶାଲି। ଗତକାଲି ଏହି ଫିଲ୍ମକୁ ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତ୍ରୀ ଓ ଅଭିନେତା ହଲକୁ ଦେଖିବା ପାଇଁ ହେଇଥିଲେ । ଫିଲ୍ମ ଦେଖିବା ପରେ ପ୍ରାୟ ସମସ୍ତେ ଏହି ଫିଲ୍ମକୁ ଭଲ ମାର୍କିଂ ଦେଇଛନ୍ତି। ଏମିତିକି ଏହା ଆଲିଆ ଭଟ୍ଟଙ୍କ ସବୁଠାରୁ ଭଲ ଅଭିନୀତ ଫିଲ୍ମ ବୋଲି କୁହାଯାଉଛି। ବିକି କୌଶଲ, ରିତେଶ ଦେଶମୁଖଙ୍କ ସମେତ ଅନେକ ବଲିଉଡ଼ ଷ୍ଟାର ଆଲିଆ ଭଟ୍ଟଙ୍କ ଫିଲ୍ମର ସମୀକ୍ଷା କରିଛନ୍ତି।

Gangubai
Picture Credit- Amarujala

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ସେମାନଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ପାଇଁ ଅନେକ ପ୍ରଶଂସା ପାଉଛନ୍ତି। ବିକି କୌଶଲ ଓ ଆଲିଆ ଭଟ୍ଟ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ବିଷୟରେ ଲେଖିଛନ୍ତି, “ଏହି ଚଳଚ୍ଚିତ୍ରରେ ଦୁଇ ଯାଜ ଟ୍ୟାଲେଣ୍ଟେଡ ହସ୍ତି ଅଛନ୍ତି ତେଣୁ ଏହି ଫିଲ୍ମ ଭଲ ଏମିତି ହେବାର ଥିଲା। ଖାଲି ସେ ନୁହେଁ ଆଲିଆଙ୍କ ଚମତ୍କାର ଅଭିନୟରେ ରଣବୀରଙ୍କ ଭଉଣୀ ରିଦ୍ଧିମା କପୁର ମଧ୍ୟ ପୋଷ୍ଟ ସେୟାର କରିଛନ୍ତି। ତାଙ୍କ ଛଡ଼ା ହମ୍ପ୍ଟି ଶର୍ମା କି ଦୁଲହାନିଆ ଓ ବଦ୍ରିନାଥ କି ଦୁଲହନିଆରେ ଆଲିଆଙ୍କୁ ନିର୍ଦ୍ଦେଶନା ଦେଇଥିବା ଶଶାଙ୍କ ଖାଇତାନ ଚଳଚ୍ଚିତ୍ର ବିଷୟରେ ମଧ୍ୟ ପୋଷ୍ଟ ସେୟାର କରିଛନ୍ତି।

ତେବେ ବଲିଉଡ଼ ର ଅନ୍ୟ କଳାକାର ଜେନେଲିଆ ଡି’ସୁଜା, ରେଖା, ଦୀପିକା ପାଦୁକୋନ, କ୍ରିତି ସାନନ, ଜାନଭୀ କପୁର, ସାରା ଅଲି ଖାନ, ମଲାଇକା ଆରୋରା, ଅର୍ଜୁନ କପୁର, ଶବାନା ଆଜମି, ଜାଭେଦ ଅଖତର, ଅନନ୍ୟା ପାଣ୍ଡେ, ଇଶାନ ଖତର ଏବଂ ଇସାବେଲ କେଇଫ୍ ମଧ୍ୟ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେଇଥିଲେ। ସମସ୍ତେ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟ ସେୟାର କରି ଆଲିଆଙ୍କ ଅଭିନୟକୁ ପ୍ରଶଂସା କରିବା ସହିତ ଏହି ଫିଲ୍ମ ଦେଖିବା ପାଇଁ ସିନେ ପ୍ରେମୀଙ୍କୁ କହିଛନ୍ତି। ସେଥିପାଇଁ ଜଲ୍ଦି ଟିକେଟ ବୁକ୍ କରିବା ପାଇଁ ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.