ୟୁକ୍ରେନରେ ଫସିରହିଛନ୍ତି ଅନେକ ଓଡିଆ ଛାତ୍ର, ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରୁଛନ୍ତି ପରିବାର ଲୋକେ

କେନ୍ୟୁଜ : ୟୁକ୍ରେନରେ ସଙ୍କଟ ବେଳେ ସେଠାରେ ଫସି ରହିଛନ୍ତି ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ସୁପ୍ରିତ ସାହୁ। ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ୟୁକ୍ରେନରେ ପାଠପଢୁଛନ୍ତି। ତିନିମାସ ତଳେ ଡାକ୍ତରୀ ପାଠ ପଢିବା ପାଇଁ ସେ ଢେଙ୍କାନାଳରୁ ଯାଇଛନ୍ତି। ଯୁଦ୍ଧ ଖବର ମିଳିବା ପରେ ତାଙ୍କ ମାଆ ସଂଧ୍ୟାରାଣୀ ଆଜି ସୁପ୍ରିତଙ୍କ ସହ କଥା ହୋଇଛନ୍ତି । ପୁଅର ଆସିବା ବାଟକୁ ପରିବାର ଲୋକେ ଅନାଇ ବସିଛନ୍ତି।

student

ସେହିପରି ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରୀତାଂସୁ ଦାସ । ୟୁକ୍ରେନରେ ଫସିରହିଥିବାରୁ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି । କିଭଳି ପୁଅ ସୁରକ୍ଷିତ ଫେରିଆସିବ ସେନେଇ ଚିନ୍ତାରେ । ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଶ୍ରୀତାଂସୁ ।

cuttack

ଠିକ କସେହିପରି କଟକର ଆର୍ଯ୍ୟମାନ ଅଭିଷେକ ବି ଗତ ୬ବର୍ଷ ଧରି ସେ ସେଠାରେ ମେଡିକାଲ ପାଠ ପଢୁଛନ୍ତି। ବର୍ତ୍ତମାନ ଯୁକ୍ରେନରେ ଯୁଦ୍ଧ ପରିସ୍ଥିତି ଉପୁଜିବା ପରେ ଭାରତୀୟଙ୍କ ସୁରକ୍ଷା ଦିଗରେ ଉଠିଛି ବଡ଼ ପ୍ରଶ୍ନ। ଏଭଳି ସମୟରେ ପୁଅର ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଆର୍ଯ୍ୟମାନଙ୍କ ମା। ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ପୁଅର ସୁରକ୍ଷା ପାଇଁ ପୁରା ପରିବାର ଚିନ୍ତାରେ ଅଛନ୍ତି।