Below header

WhatsApp ଦେଉଛି ୧୦୫ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌, ଏପରି ଫାଇଦା ଉଠାନ୍ତୁ ଆପଣ

ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପ୍‌ ହ୍ଵାଟ୍ସଆପକୁ ଲୋକ ଚାଟିଙ୍ଗ ପାଇଁ ବହୁତ ପସନ୍ଦ କରନ୍ତି। ଚାଟିଙ୍ଗ ଆପ୍‌ ପାଇଁ ଦୁନିଆର ଏହା ସବୁଠାରୁ ବୋ ପପୁଲାର ଆପ୍‌ ମଧ୍ୟରୁ ଗୋଟିଏ। ଧିରେ ଧିରେ ଏହି ପ୍ଲାଟଫର୍ମ ୟୁପିଆଇ ପେମେଣ୍ଟର ସୁବିଧା ବି ଆଣିଲା। କମ୍ପାନୀ ଭାରତରେ ମଧ୍ୟ ଏହାକୁ ଲଞ୍ଚ୍‌ କରିସାରିଛି। ଆଉ ଏବେ କମ୍ପାନୀର ପୂରା ଫୋକସ୍‌ ଏହାକୁ ସଫଳ ବନାଇବା ଏବଂ ଗୁଗଲପେ, ଫୋନ ପେ ଏବଂ ପେଟିଏମ ଭଳି ପେମେଣ୍ଟ ଆପକୁ ଟକ୍କର ଦେବା। ଏଥିପାଇଁ କମ୍ପାନୀ ଲଗାତର ନୂଆ ଅଫର ନେଇ ଆସିଛି। ଆଉ ଏହାରି ଭିତରେ କମ୍ପାନୀ ଏହି ପ୍ଲାଟଫର୍ମ ଉପରେ ୧୦୫ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ବି ଦେଉଛି। ଯଦି ଆପଣ ହ୍ଵାଟ୍ସଆପ୍‌ ଜରିଆରେ ପେମେଣ୍ଟ କରୁଛନ୍ତି ତାହେଲେ ଏହି ଅଫରର ଲାଭ ଉଠାଇପାରିବେ। ଆସନ୍ତୁ ଜାଣିବା କଣ ପୂରା ଅଫର ଏବଂ କେମିତି ଏହାର ଲାଭ ଉଠାଇ ପାରିବେ।

ଏହି ଅଫର ମୁତାବକ WhatsApp Pay ୟୁଜର୍ସଙ୍କୁ ମୋଟ୍‌ ୧୦୫ ଟଙ୍କାର କ୍ୟାସବ୍ୟାକ୍‌ ଦେଉଛି। ଏହି କ୍ୟାସବ୍ୟାକ୍‌ ଆପଣଙ୍କୁ ତିନି ଥର ପେମେଣ୍ଟ କରିବା ପରେ ମିଳିବ। କମ୍ପାନୀ ଜଣାଇଛି ଯେ ସବୁ ପେମେଣ୍ଟ ଉପରେ ୩୫ ଟଙ୍କା ଲେଖାଏଁ କ୍ୟାସବ୍ୟାକ୍‌ ଦିଆଯିବ। ଏହିଭଳି ଭାବେ ତିନି ଥରରେ ଆପଣଙ୍କୁ ୧୦୫ ଟଙ୍କାର କ୍ୟାସବ୍ୟାକ୍‌ ମିଳିଯିବ।

ଅଫରର ସବୁଠାରୁ ଖାସ୍‌ କଥା ଯଦି କହିବା ତାହେଲେ ଏଥିପାଇଁ ଟ୍ରାନଜାକସନ୍‌ ଆମାଉଣ୍ଟର କୌଣସି ବି ନିର୍ଦ୍ଧିଷ୍ଟ ସିମା ନାହିଁ। ଆପଣ ଟଙ୍କାଟିଏ ପଠାଇ ବି ଏହି ଅଫରର ଲାଭ ଉଠାଇପାରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀର ଏହି ଅଫର ମାତ୍ର ସୀମିତ ସମୟ ପାଇଁ ରହିଛି।

କେମିତି ଅଫରର ଲାଭ ଉଠାଇବେ ଜାଣନ୍ତୁ

  • ଯଦି ଆପଣଙ୍କୁ ମଧ୍ୟ ଏହି ଅଫରର ଫାଇଦା ଉଠାଇବାର ଅଛି ତାହେଲେ ପ୍ରଥମେ WhatsApp Payରେ ଆପଣଙ୍କ ଆକାଉଣ୍ଟ ରହିଥିବା ଆବଶ୍ୟକ। ୟୁପିଆଇ ଫିଚର୍ସ ଆକ୍ଟିଭେଟ୍‌ ହୋଇଥିବା ଜରୁରୀ। ଏହାପରେ ଆପଣ କିଛି ଷ୍ଟେପ୍ସକୁ ଫଲୋ କରି ଏହି ଅଫରର ଲାଭ ଉଠାଇପାରିବେ।
  • ସର୍ବପ୍ରଥମେ ନିଜ ଫୋନରେ ହ୍ଵାଟ୍ସଆପ୍‌ ଓପନ କରନ୍ତୁ।
  • ଏବେ ଏଥିରେ ହ୍ଵାଟ୍ସଆପ୍‌ ପେମେଣ୍ଟକୁ ଯାଆନ୍ତୁ, ଏଠାରେ ଆପଣଙ୍କୁ ପେ କରିବାର ବିକଳ୍ପ ମିଳିବ।
  • ପେ ଉପରେ କ୍ଲିକ କରିବା ପରେ ସେହି କଣ୍ଟାକ୍ଟକୁ ବାଛନ୍ତୁ ଯାହାକୁ ଆପଣ ଟଙ୍କା ପଠାଇବାକୁ ଚାହୁଁଛନ୍ତି।
  • ଏବେ ସେହି ରାଶି ଏଣ୍ଟର କରନ୍ତୁ ଯେତିକି ଟଙ୍କା ଆପଣ ଦେବାକୁ ଚାହୁଁଛନ୍ତି। ତଳେ ଆପଣଙ୍କୁ ପେମେଣ୍ଟ ନୋଟ୍‌ ପାଇଁ କିଛି ଲେଖିବାର ଅପ୍ସନ ଦେଖାଇବ। ଆପଣ ଚାହିଁଲେ କିଛି ମେସେଜ ଲେଖିପାରିବେ ନହେଲେ ତାକୁ ବ୍ଲାଙ୍କ୍‌ ମଧ୍ୟ ଛାଡିପାରିବେ।
  • ଏହାପରେ ଆପଣଙ୍କୁ ନେକ୍ସଟ ଉପରେ କ୍ଲିକ କରି ୟୁପିଆଇ ପିନ୍‌ ଦେବାକୁ ହେବ।
  • ଟଙ୍କା ଟ୍ରାନ୍ସଫର ହେବା ପରେ ଆପଣଙ୍କୁ କ୍ୟାସବ୍ୟାକ୍‌ ମିଳିଯିବ।
  • ଯଦି ଆପଣ ନୂଆ ୟୁଜର୍ସ ତାହେଲେ ପ୍ରଥମେ ହ୍ଵାଟ୍ସଆପ୍‌ ପେକୁ ଯାଇ ନିଜର ୟୁପିଆଇ ସହ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରନ୍ତୁ।
  • ଏହାପରେ ଆପଣ ଉପରେ କୁହାଯାଇଥିବା ଷ୍ଟେପ୍ସକୁ ଫଲୋ କରନ୍ତୁ।

ଏହା ଆମେ ଏମିତି କହିଦଉନୁ ନିଜେ ପରୀକ୍ଷା କରି ଦେଖିଲୁ। ଆଉ ତିନିଟା ଅଲଗା ଅଲଗା ଆକାଉଣ୍ଟକୁ ଟଙ୍କା ପଠାଇବା ପରେ ଇନଷ୍ଟାଣ୍ଟ ହିଁ ୩୫ ଟଙ୍କା ଲେଖାଏଁ ତିନି ଥର ୧୦୫ ଟଙ୍କା ଆକାଉଣ୍ଟକୁ କ୍ରେଡିଟ୍‌ ହେଲା। ତେଣୁ ଆମେ ଚାହିଁଲୁ ଆପଣ ବି ଏହାର ଲାଭ ଉଠାନ୍ତୁ। ମନେ ରଖନ୍ତୁ ଏହି ଅଫର କେବଳ ସୀମିତ ସମୟ ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.