୬ ମାସ ହେଲା ସରକାର ପୂରଣ କଲେ ନାହିଁ ଦାବି, ଜୁଲାଇ ୧ ରୁ ରାଜ୍ୟବାପୀ ଘରୋଇ ବସ ଧର୍ମଘଟ ଡାକରା

ଭୁବନେଶ୍ବର(କେନ୍ୟୁଜ୍): ଜୁଲାଇ ୧ ରୁ ରାଜ୍ୟରେ ଘରୋଇ ବସ ଧର୍ମଘଟ। ଜୁନ ୩୦ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ। ୯ ଦଫା ଦାବି ନେଇ ଏହି ଧର୍ମଘଟ ଧମକ ଦେଇଛି ଘରୋଇ ବସ ମାଲିକ ସଂଘ।ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ ମାଲିକ ସଙ୍ଘ ଏନେଇ ଘୋଷଣା କରିଛି।

୨୦୨୧ ନଭେମ୍ବର ୧୧ ରେ ହୋଇଥିଲା ହାଇ ଲେବଲ ମିଟିଙ୍ଗ। ୬ ମାସ ପରେ ମଧ୍ୟ ଏହି ମିଟିଙ୍ଗର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ନାହିଁ। ଜୁନ ୩୦ ସୁଦ୍ଧା ତାହା କାର୍ଯ୍ୟକାରୀ କରିବାକୁ ସଙ୍ଘ ଦାବି କରିଛି । କାର୍ଯ୍ୟକାରୀ କରାନଗଲେ ବସ ମାଲିକ ସଂଘ ଜୁଲାଇ ୧ରୁ ବସ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.