କଲରାବାଙ୍କର କଳିଙ୍ଗ ଇଂଲିସ୍ ମିଡିୟମ ସ୍କୁଲରେ ୨ ତାରିଖରୁ ଆରମ୍ଭ ହୋଇଥିବା ସମର କ୍ୟାମ୍ପ୍ ଉଦ୍ଯାପିତ,ବୃଦ୍ଧି ପାଇଛି ପିଲାଙ୍କ ଦକ୍ଷତା
ଜଗତସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କର କଳିଙ୍ଗ ଇଂଲିସ୍ ମିଡିୟମ ସ୍କୁଲରେ ସମର କ୍ୟାମ୍ପ୍ ଉଦ୍ଯାପିତ। ୧୦ଦିନ ଧରି ଚାଲିଥିଲା କ୍ୟାମ୍ପ୍। ଏହି ସମର କ୍ୟାମ୍ପ୍ ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇ ଆଜି ସାରିଛି। ପିଲାମାନେ ଛୁଟିରେ ଘରେ ନବସି କ୍ୟାମ୍ପରେ ବିଭିନ୍ନ ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମରେ ଭାଗନେଇ ପାଠ ସହ ଅନ୍ୟାନ୍ୟ ଦକ୍ଷତାକୁ ବୃଦ୍ଧି କରି ନିଜର ଅନ୍ତର୍ନିହିତ କ୍ଷମତାକୁ ପ୍ରତିପାଦନ କରିଛନ୍ତି। ଏହି କ୍ୟାମ୍ପ୍ରେ ଡ୍ୟାନ୍ସ, କରାଟେ, ଆର୍ଟ ଓ କାର୍ପଟ, ସୁଇମିଂ, ହର୍ଷ ରାଇଡିଂ ଇତ୍ୟାଦିରେ ଗ୍ରୀଷ୍ମ ଛୁଟିକୁ କଟାଇଛନ୍ତି। ଆଗକୁ ରଜପର୍ବ ଥିବାରୁ ରଜଦୋଳିର ମଜା ମଧ୍ୟ ପିଲାମାନେ ନେଇଛନ୍ତି। ଏହାଦ୍ୱାରା ସେମାନଙ୍କର ଦକ୍ଷତା ବୃଦ୍ଧିପାଇଛି।
ସମର କ୍ୟାମ୍ପରେ ଭାଗ ନେଇ ପିଲାମାନେ ଓ ସେମାନଙ୍କ ଅଭିଭାବକ ବେଶ ଖୁସିବ୍ୟକ୍ତ କରିଛନ୍ତି। ସ୍କୁଲ ପରିସରରେ ଉଦ୍ଯାପନୀ ସମାରୋହରେ ସ୍କୁଲର ଚେୟାରପର୍ସନ ଡକ୍ଟର ଇତି ସାମନ୍ତ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଇଓ ଦୁର୍ଗାଚରଣ ସାମନ୍ତ, ପରାମର୍ଶଦାତା ନାରାୟଣ ପରିଡା ,ଅଧ୍ୟ ଆଶୁତୋଷ ମହାନ୍ତି ,ସହକାରୀ ଅଧକ୍ଷ ଲୋକନାଥ ସାହୁ ,ସ୍କୁଲର ଆଡମିନଷ୍ଟେଟର ସାଗରିକ ମହାପାତ୍ର ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।.