ପତଳା ହେବା ପାଇଁ ଚାହୁଁଥିଲେ ଡାଏଟରେ ଆଡ୍‌ କରନ୍ତୁ ଡାର୍କ ଚକୋଲେଟ, ମିଳିବ ଅନେକ ଫାଇଦା

ଚକୋଲେଟ ଏକ ଏଭଳି ଜିନିଷ ଯାହାକି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଡାର୍କ ଚକୋଲେଟ ଆପଣଙ୍କର କ୍ରେଭିଙ୍ଗ କମ କରିଥାଏ । ଯଦି ଆପାଣଙ୍କୁ ଡୋନଟ, ମିଠା, ମିଲ୍କ ଚକୋଲେଟ, ମିଲ୍କ କେକ କିମ୍ବା ଏପରି କୋୖଣସି ବି ମିଠା ଖାଇବାକୁ ଇଛା ହେଉଛି ତାହେଲେ ଆପଣ ଏହି ଚକୋଲେଟ ଖାଇଇପାରିବେ । ଏପରିକଲେ ଆପଣଙ୍କର ଇଛା ପୁରାଣ ହେବା ସହିତ କୌଣସି ଅସୁବିଧା ମଧ୍ୟ ହେବନାହିଁ । କ’ଣ ଆପଣ ଜାଣିଛନ୍ତି କି ଏହି ଚକୋଲେଟ ଖାଇବା ଦ୍ୱାରା ଆମକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା ଚକୋଲେଟ ଖାଇବା ଦ୍ୱାରା ଆମକୁ କ’ଣ ମିଳିଥାଏ ଲାଭ ।

ଆପଣଙ୍କୁ ବାରମ୍ବାର ଭୋକ ଲାଗିବାର ସମସ୍ୟାକୁ ଦୂର କରିବା ପାଇଁ ଡାର୍କ ଚକୋଲେଟ ସହାୟକ ହୋଇଥାଏ । ଯେତେବେଳେ ଆମେ କୌଣସି ପ୍ରକାରର ମିଠା ଖାଦ୍ୟ ଖାଇଥାଉ ସେତେବେଳେ ଆମ ଶରୀର ଇନସୁଲିନ ସହ ଅଭ୍ୟସ୍ତ ହୋଇଯାଇଥାଏ । ଯାହାଦ୍ୱାରା ଶରୀରରେ ghrelin ନାମକ ଏକ ହର୍ମୋନ ସୃଷ୍ଟି କରିଥାଏ । ଏପରିସ୍ଥଳେ ଡାର୍କ ଚକୋଲେଟ ଏହି ପ୍ରୋସେସକୁ ରୋକିଥାଏ ଏବଂ ghrelin ଲେବୁଲ କମ କରିଥାଏ ।

ଶରୀରର ଓଜନ ହ୍ରାସ କରିବା ପାଇଁ ଲୋକେ ମିଠା ଏବଂ ଚକଲେଟ୍ ଠାରୁ ଦୂରେଇ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚକଲେଟ୍ ଖାଇ ଆପଣ ନିଜର ଶରୀରର ଓଜନ ହ୍ରାସ କରିପାରିବେ । ଆଜ୍ଞା ହଁ ଚକଲେଟ୍ ଆପଣଙ୍କ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ଶରୀରର ଓଜନ ହ୍ରାସ କରିବା ପାଇଁ ଲୋକେ ମିଠା ଏବଂ ଚକଲେଟ୍ ଠାରୁ ଦୂରେଇ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚକଲେଟ୍ ଖାଇ ଆପଣ ନିଜର ଶରୀରର ଓଜନ ହ୍ରାସ କରିପାରିବେ । ଆଜ୍ଞା ହଁ ଚକଲେଟ୍ ଆପଣଙ୍କ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ତେବେ ଏହାକୁ ଖାଇବା ସମୟରେ କିିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ:

-ଡାର୍କ ଚକୋଲେଟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କିନ୍ତୁ ଉଚ୍ଚ ରକ୍ତଚାପ ରୋଗୀ ଏହା ଖାଇବା ଉଚିତ୍ ନୁହେଁ ।

– ଡାର୍କ ଚକୋଲେଟରେ କୈଫିନ ମାତ୍ରା ଅଧିକ ପରିମାଣରେ ଥାଏ ତେଣୁ ଏହାକୁ ବାରମ୍ବାର ଖାଇବା ଦ୍ବାରା ମୁଣ୍ଡବିନ୍ଧା, ମାଇଗ୍ରେନ, ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

– ଡାର୍କ ଚକୋଲେଟ୍ ଆପଣଙ୍କ ହଜମଶକ୍ତିକୁ ପ୍ରଭାବିତ କରିଥାଏ । ତେଣୁ ଅଧିକ ଡାର୍କ ଚକଲେଟ ଖାଇଲେ ପେଟରେ ଗ୍ୟାସ କରିବା, ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ ।

-ଯଦି ଆପଣ ଡାର୍କ ଚକୋଲେଟ୍ ଅଧିକ ପରିମାଣରେ ଖାଉଛନ୍ତି ତେବେ ଏହା ଆପଣଙ୍କ ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.