Below header

ଆଉ କରିପାରିବେନି ବ୍ଳାକମେଲ, ଏବେ ହ୍ବାଟ୍ସଆପ ଚାଟିଂର ଉଠାଇ ପାରିବେନି ସ୍କ୍ରିନସଟ୍

ନୂଆଦିଲ୍ଲୀ : ଇଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ଏବେ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯାହା ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟକୁ ଆଉ ଟିକେ ସୁରକ୍ଷା ପ୍ରଦାନ କରିବ। ମିଡିଆ ସୂଚନା ଅନୁଯାୟୀ, ହ୍ବାଟ୍ସଆପର ଆନଡ୍ରୋଏଡ ଅପଡେଟେଡ ଭର୍ସନ ୨.୧୯.୧୦୬ରେ କମ୍ପାନୀ ଆପର ସିକ୍ୟୁରୀଟି ଫିଚରକୁ ବଢ଼ାଇବାକୁ ନେଇ କାମ କରୁଛି। ଏହାପରେ ଏଥିରେ ଡେଡିକେଟେଡ ୟୁଆଇ ଡିଜାଇନ ଫିଚର ଲଞ୍ଚ ହେବ ବୋଲି କୁହାଯାଉଛି।

ଏହି ଅପଡେସନ ପରେ ଗ୍ରାହକଙ୍କୁ ଏକ ଖାସ ଫିଚର ଉପଲବ୍ଧ ହେବ। ଯାହା ଅନ୍ତର୍ଗତ କୌଣସି ମଧ୍ୟ ବ୍ୟବହାରକାରୀ ନିଜ ଚାଟିଂର ଆଉ ସ୍କ୍ରିନସଟ୍ ଉଠାଇ ପାରିବେ ନାହିଁ। ଏହା ଦ୍ବାରା ସ୍କ୍ରିନସଟ ରଖି ହେଉଥିବା ବିଭିନ୍ନ ଅପରାଧମୂଳକ କାମ କମ ହେବ ବୋଲି କୁହାଯାଉଛି। ତେବେ ଏହି ଫିଚର ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ହ୍ବାଟ୍ସଆପ ଅଫିସିଆଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.