ଫେବୃୟାରୀ ୧ ରୁ ଏହିସବୁ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ଵାଟ୍ସଆପ, ଏପରି କରନ୍ତୁ ନିଜ ଚାଟକୁ ସେଭ

ଫେସବୁକ ଅଧୀନତ୍ବ ହ୍ଵାଟ୍ସଆପ କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୦ ମସିହା ଫେବୃୟାରୀ ୧ ତାରିଖଠାରୁ କିଛି ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ ଏବଂ ଆଇଫୋନରେ ହ୍ଵାଟ୍ସଆପର ସପୋର୍ଟ ମିଳିବ ନାହିଁ । ଏହି ତାଲିକାରେ ଆଣ୍ଡ୍ରଏଡ଼ ଭର୍ସନ 2.3.7 କିମ୍ବା ତାଠାରୁ ପୁରୁଣା ଏବଂ ଆଇଫୋନ iOS 8 କିମ୍ବା ତାଠାରୁ ପୁରୁଣା OS ଭର୍ସନରେ ଆସନ୍ତା ମାସଠାରୁ ହ୍ଵାଟ୍ସଆପ କାମ କରିବା ନାହିଁ । ସେଥିପାଇଁ ଯଦି ଆପଣ ଡେଡଲାଇନ ପୂର୍ବରୁ ନିଜର ଚାଟ ହିଷ୍ଟ୍ରୀ ଏକ୍ସପର୍ଟ ନକରନ୍ତି ତାହେଲେ ଆପଣ ନିଜର ଚାଟ ଗୁଡିକ ହରାଇ ବସିବେ ।

Image result for whatsapp web

ଏପରିସ୍ଥଳେ ଯଦି ଆପଣଙ୍କୁ ଫେବୃୟାରୀ ୧ ପରେ ହ୍ଵାଟ୍ସଆପ ଚଳାଇବାର ଅଛି ତାହେଲେ ଆପଣଙ୍କୁ ସେଥିପାଇଁ ନୂଆ ଫୋନ କିଣିବାକୁ ପଡିବ । ଯେଉଁଥିରେ ଆପଣ ହ୍ଵାଟ୍ସଆପ ଚଳାଇପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ଆପଣ ହ୍ଵାଟ୍ସଆପର ଚାଟ ହିଷ୍ଟ୍ରୀକୁ ଏକ୍ସପର୍ଟ କରାଇ ପାରିବେ ।

Image result for whatsapp

ପ୍ରଥମେ ହ୍ଵାଟ୍ସଆପ ଖୋଲି ଆପଣ ଯେଉଁ ଚାଟକୁ ଏକ୍ସପର୍ଟ କରିବାକୁ ଚାଁହୁଛନ୍ତି ତାଉପରେ କ୍ଲିକ କରନ୍ତୁ । ତାପରେ ଉପରେ ଥିବା ତିନୋଟି ଡଟ ଉପରେ କ୍ଲିକ କରନ୍ତୁ ଏଥିରେ ଆପଣଙ୍କୁ ‘ମୋର’ ଅପ୍ସନ ଦେଖିବାକୁ ମିଳିବ । ତାପରେ ‘Export Chat’ ଉପରେ କ୍ଲିକ କରନ୍ତୁ ।

ଏକ୍ସପର୍ଟ ଚାଟ ଉପରେ କ୍ଲିକ କରିବା ପରେ ସେଠାରେ ଆପଣଙ୍କୁ ଦୁଇଟି ଅପ୍ସନ ଦେଖିବାକୁ ମିଳିବ ‘without media ଏବଂ include media’ । ଯଦି ଆପଣଙ୍କୁ ଚାଟ ସହିତ ପିକ୍ଚରବି ସେଭ କରିବାର ଅଛି ତାହେଲେ ଆପଣ include media ସିଲେକ୍ଟ କରନ୍ତୁ । ନଚେତ ଆପଣ without media ସିଲେକ୍ଟ କରି ଚାଟକୁ ସେଭ କରିପାରିବେ ।

Image result for whatsapp

ସୂଚନା ଅନୁଯାୟୀ ହ୍ଵାଟ୍ସଆପ ଆଣ୍ଡ୍ରଏଡ଼ ଭର୍ସନ 4.0.3 କିମ୍ବା ତାଠାରୁ ଉପର ଭର୍ସନ ନଚେତ ଆଇଫୋନରେ iOS 9 କିମ୍ବା ତା ଉପର ଭର୍ସନରେ ସପୋର୍ଟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.