ପୁଣି ଫେରୁଛି ହ୍ବାଟସଆପ୍ ପ୍ରାଇଭେସୀ ପଲିସି, ଯାହାକୁ ଗ୍ରହଣ କରିବା ପରେ ହିଁ ବ୍ୟବହାର କରିପାରିବେ ଆପ୍

ଗତ କିଛିଦିନରୁ ହ୍ବାଟସଆପ୍ ନିଜ ପ୍ରାଇଭେସୀ ପଲିସିକୁ ବିବାଦରେ ରହିଥିଲା। ଏହାକୁ ନେଇ ଅନେକ ବିବାଦ ଉପୁଜିବା ପରେ କମ୍ପାନୀ ଏହାକୁ ମଇ ମାସ ପର୍ଯ୍ଯନ୍ତ ଘୁଞ୍ଚାଇ ଦେଇଥିଲା। କିନ୍ତୁ ଏବେ କମ୍ପାନୀ ପୁଣି ପ୍ରାଇଭେସୀ ପଲିସିକୁ ନେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ହ୍ବାଟସଆପ୍ ଖୁବଶୀଘ୍ର ନୂଆ ଅପଡେଟ ୟୁଜର୍ସମାନଙ୍କୁ ପଠାଇବାକୁ ଯାଉଛି, ଯାହାକୁ ଗ୍ରହଣ କରିବା ପରେ ହିଁ ଆପଣ ହ୍ବାଟସଆପ୍ ବ୍ଯବହାର କରିପାରିବେ। ତେବେ ଏହି ନୂଆ ପଲିସି ମେ ୧୫ ସୁଦ୍ଧା ୟୁଜରମାନଙ୍କୁ ଗ୍ରହଣ କରିବାକୁ ପଡିବ।

ହ୍ବାଟସଆପ୍ ଏହା ପୂର୍ବରୁ ଅପଡେଟର ଆଲର୍ଟ ଫୋନ ସ୍କ୍ରିନ ଉପରେ ଦେଉଥିଲା, ଆଉ ୟୁଜର୍ସ ଏହି ନୂଆ ପଲିସିକୁ ଏକ୍ସପର୍ଟ ନକଲେ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ମଧ୍ୟ କହିଥିଲା। ଭାରତ ସମେତ ଅନେକ ଦେଶ ବିରୋଧ କରିଥିଲେ। ପ୍ରାୟ ସବୁ ଦେଶରେ ଏହି ନୂଆ ପ୍ରାଇଭେସୀ ପଲିସିକୁ ବିରୋଧ ହେବା ଦେଖି କମ୍ପାନୀ ଏହାର ତାରିଖକୁ ଆଗକୁ ବଢାଇଥିଲା। କିନ୍ତୁ ଏବେ ଏହାକୁ ଲାଗୁ କରିବା ପାଇଁ ପୁଣି ଚର୍ଚ୍ଚାଚାଲିଛି।

whatsapp

ହ୍ବାଟସଆପ ନିଜ ନୂଆ ବ୍ଲଗ ଜରିଆରେ କହିଛି କି, ନିଜ ପ୍ଲାଟଫର୍ମରେ ଚାଟ ମାଧ୍ୟମରେ ସପିଂ କିମ୍ବା ବ୍ଯବସାୟ ସହିତ ଜଡିତ ନୂଆ ଉପାୟକୁ ଡେଭଲପ କରୁଛି। ଏଥିରେ ଚାଟ୍ ର ସିଲେକ୍ସନ ଅପସନ ଅଲଗା ରହିବ। କିନ୍ତୁ ଆଗାମୀ ସମୟରେ ଏହି ଚାଟକୁ ଉପରେ ଅପଡେଟ୍ କରି ରିଭ୍ଯୁ କରିବା ପରେ ପୁଣି ବ୍ଯାନର ଦେଖିବାକୁ ମିଳିବ। ଏହା ପରେ ୟୁଜର୍ସ ଆପ୍କୁ ବ୍ଯବହାର କରିବା ପାଇଁ ହେଲେ ସେମାନଙ୍କୁ ଅପଡେଟ ଗ୍ରହଣ କରିବାକୁ ହେବ। କିନ୍ତୁ କମ୍ପାନୀ ତରଫରୁ ପ୍ରାଇଭେଟ ଚାଟକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନରୁ ସୁରକ୍ଷିତ ରହିବ ବୋଲି ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.