ରାତି ସମୟରେ କରନ୍ତୁ ଏଇ ଗୋଟିଏ କାମ, ଦାଗ, ବ୍ରଣ ଦୂର ହେବା ସହ ଚମକି ଉଠିବ ତ୍ୱଚା

ନିଜ ସୌନ୍ଦର୍ଯ୍ୟକୁ ଅତୁଟ ରଖିବା ପାଇଁ ଯୁବତୀ ମାନେ କେତେ ଯେ କଣ ଉପାୟ ଆପଣନ୍ତି ତାର କୌଣସି ଠିକଣା ନାହିଁ । କିଛି ଜଣ ଫେସୱାସ କରିବା ସମୟରେ ଗରମ ବା ଉଷୁମ ପାଣିର ବ୍ୟବହାର କରିଥାନ୍ତି । ଏଭିତରେ ବି ଗୋଟେ ଭୁଲ କରିବସନ୍ତି | ସକାଳ ତୁଳନାରେ ରାତି ସମୟରେ ସ୍କିନ କେୟାର ପ୍ରତି ସେତେଟା ଧ୍ୟାନ ଦିଅନ୍ତି ନାହିଁ । ତେଣୁ ଚେହେରାରେ ବ୍ରଣ, ଦାଗ ସମେତ ବୟସର ଦାଗ ଖୁବ ଶୀଘ୍ର ପଡ଼ିଯାଏ । ଏହା ବ୍ୟତୀତ ତ୍ୱଚା ନିଜ ଚମକ ବି ହରାଇ ଥାଏ । ତେଣୁ ରାତିରେ ଏହି ଫର୍ମୁଲା ବ୍ୟବହାର କରନ୍ତୁ ଆଉ ତ୍ୱଚାକୁ ସୁସ୍ଥ ରଖନ୍ତୁ ।

face wash

ଏଥିପାଇଁ କୌଣସି ବ୍ୟୁଟି କ୍ରିମ କିମ୍ବା ଫେସ ପ୍ୟାକ ବଦଳରେ ଥଣ୍ଡା ପାଣି ବ୍ୟବହାର କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଓ ସକାଳେ ଉଠିବା ପରେ କେବଳ ଥଣ୍ଡା ପାଣି ବ୍ୟବହାର କରନ୍ତୁ । ପ୍ରଥମେ ଚେହେରାରୁ ମେକଅପ ସଫା କରି ମାଇଲର୍ଡ ଫେସୱାସରେ ମୁହଁ ଧୋଇ ଦିଅନ୍ତୁ | ଏହା ପରେ ନିଜ ପାଟିରେ ପବନ ଭର୍ତ୍ତି କରି ମୁହଁରେ ଥଣ୍ଡା ପାଣି ଛିଟା ମାରନ୍ତୁ । ଏମିତି କରିବା ଦ୍ୱାରା ତ୍ୱଚା ରଂଧ୍ର ଭିତରୁ ସଫା ହେବା ସହ ଅନ୍ୟାନ ସମସ୍ୟା ମଧ୍ୟ ଦୂର ହେବ । କିଛି ଦିନ ଏମିତି କରିବା ପରେ ଆପଣ ନିଜେ ଚେହେରାରେ ଆସିଥିବା ପରିବର୍ତ୍ତନ ଅନୁଭବ କରିପାରିବେ । ଖାଲି ସେତିକି ନୁହେଁ ଏହି ତରିକାର ଅନ୍ୟାନ ଫାଇଦା ମଧ୍ୟ ରହିଛି ।

ଅଧିକାଂଶ ଝିଅଙ୍କର ସକାଳୁ ଉଠିବା ପରେ ମୁହଁରେ ଲାଲ ଲାଲ ଦାଗ ପଡ଼ିଯାଏ । ଯଦି ଆପଣଙ୍କର ବି ଏହି ସମସ୍ୟା ଅଛି ତେବେ ଥଣ୍ଡା ପାଣିର ଏହି ତରିକା ବ୍ୟବହାର କରନ୍ତୁ । କାରଣ ଉଷୁମ ପାଣି ତ୍ୱଚାକୁ ଦୁର୍ବଳ କରିଦିଏ । ଫଳରେ କଳା ପଡିବା ସହିତ ଚମକ ବି ହରାଇ ବସେ । କିନ୍ତୁ ଥଣ୍ଡା ପାଣିର ଛିଟା ତ୍ୱଚାକୁ ଦୀର୍ଘ ଦିନ ଯାଏଁ ଯବାନ ରଖିବା ସହ ଏକ ଭିନ୍ନ ଚମକ ମଧ୍ୟ ଆଣି ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.