Below header

କିଏ ଏହି ମହିଳା? ଜାଣନ୍ତୁ OpenAI ଚାଟଜିପିଟିର ସିଟିଓ ମୀରା ମୁରତିଙ୍କର କଣ ରହିଛି ଭାରତ ସହ ସମ୍ପର୍କ

ବହୁତ କମ୍‌ ଦିନରେ ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା କୌଣସି ଇଣ୍ଟରନେଟ ପ୍ଲାଟଫର୍ମରେ ୟୁଜର୍ସଙ୍କ ପାଖରେ ପହଁଚିଥିବା ସବୁଠାରୁ ତିବ୍ର ଗତି । ଏହାର ବ୍ୟବହାର ସବୁ ବୟସର ଲୋକ କରିପାରିବେ ।

ଚାଟଜିପିଟି ଲଞ୍ଚ୍‌ ହେବା ପରଠାରୁ ହିଁ ବେଶ୍‌ ପପୁଲାର ରହିଛି । ଲୋକମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ୧୦୦ କୋଟିରୁ ଅଧିକ ୟୁଜର ଏହା ସହ ଯୋଡି ହୋଇସାରିଲେଣି । ଆଉ ବହୁତ କମ୍‌ ଦିନରେ ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା କୌଣସି ଇଣ୍ଟରନେଟ ପ୍ଲାଟଫର୍ମରେ ୟୁଜର୍ସଙ୍କ ପାଖରେ ପହଁଚିଥିବା ସବୁଠାରୁ ତିବ୍ର ଗତି । ଏହାର ବ୍ୟବହାର ସବୁ ବୟସର ଲୋକ କରିପାରିବେ ।

କଷ୍ଟସାଧ୍ୟ ଥିବା କାମକୁ ଚୁଟକିରେ କରିପାରୁଥିବାରରୁ ଚାଟଜିପିଟି ଏବେ ବେଶ ପପୁଲାର ହୋଇସାରିଛି । ଏହା ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟବଟ୍‌ ଅଟେ, ଯାହା ୟୁଜରଙ୍କ ଦ୍ୱାରା ଦିଆଯାଇଥିବା ଇନପୁଟ ଆଧାରରେ ଟେକ୍ସଟ ଜେନେରେଟ୍‌ କରିଥାଏ । ଏବଂ ଲୋକଙ୍କ ସମସ୍ୟାର ସମାଧାନ ବି ବତାଇଥାଏ । ଏହି ଚାଟଜିପିଟିକୁ ନଭେମ୍ବର ୨୦୨୨ରେ ଲଞ୍ଚ୍‌ କରାଯାଇଥିଲା ଏବଂ ଏବେ ଏହା ସାରା ଦୁନିଆରେ ବେଶ ଲୋକପ୍ରିୟ ହୋଇଗଲାଣି ।

ଚାଟଜିପିଟିକୁ ଯେଉଁଭଳି ଭାବେ ବ୍ୟବହାର କରାଯାଉଛି, ତାର କ୍ଷତି ଆଉ ଲାଭକୁ ନେଇ ଲୋକଙ୍କ ଠାରେ ଚର୍ଚ୍ଚାରେ ରହିଛି । କେବଳ ଏତିକି ନୁହେଁ ଏହି ପପୁଲାର ଚାଟବଟକୁ ବନାଇଥିବା କମ୍ପାନୀ OpenAIର ସିଟିଓ ମିରା ମୁରାତି ନିକଟରେ ଚାଟବଟ ବିଷୟରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଏହାର ଦୂରୁପଯୋଗ କରାଯାଇପାରେ ।

କଣ ଏହି ଚାଟ ଜିପିଟି ଏବଂ କେମିତି ଏହା କରେ କାମ

ଚାଟଜିପିଟି ସାନ୍‌ ଫ୍ରାନ୍ସିକୋ ସ୍ଥିତ AI ରିସର୍ଚ୍ଚ କମ୍ପାନୀ OpenAI ଦ୍ୱାରା ଡେଭଲପ୍‌ ଏକ ଆର୍ଟିିଫିସିଆଲ ଇଣ୍ଟେଲିଜେନ୍ସ ଚାଟବଟ୍‌ ଅଟେ । ଯାହାକୁ ବର୍ଷ ୨୦୨୨ ନଭେମ୍ବରରେ କରାଯାଇଥିଲା । ଚାଟଜିପିଟି ମଡେଲକୁ ମେସିନ୍‌ ଲାର୍ଣ୍ଣିଙ୍ଗ ଟେକନିକ୍‌ ରିଇନଫୋର୍ସମେଣ୍ଟ ଫର୍ମ ହ୍ୟୁମାନ ଫିଡବ୍ୟାକ୍‌ ଆଧାରରେ ଡେଭଲପ୍‌ କରାଯାଇଛି । ଏହାଦ୍ୱାରା ସମସ୍ତ ବିଷୟରେ ସମ୍ବନ୍ଧିତ ଜିନିଷ ବିଷୟରେ ପ୍ରଶ୍ନ କରିପାରିବେ । ଯାହାର ଉତ୍ତର ଏହା ବହୁତ ବଢ଼ିଆ ଭାବେ ଦେଇଥାଏ । ଏହା ଇଣ୍ଟରନେଟରୁ ନିଆଯାଇଥିବା ସୂଚନାର ତୁରନ୍ତ ଜବାବ ଦେଇଥାଏ । କିନ୍ତୁ ଏଥିରେ କେବଳ ୨୦୨୧ ପର୍ଯ୍ୟନ୍ତର ଡାଟା ଇନବିଲ୍ଡ ଅଟେ ।

ଚାଟଜିପିଟି କେମିତି କରେ କାମ

ଚାଟଜିପିଟି ଟ୍ରାନ୍ସଫର୍ମର ଡାଟାର ଅନୁକ୍ରମରେ ଲମ୍ବା ଦୂରତା ପ୍ୟାଟର୍ନ ଖୋଜିବା ପାଇଁ ବିଶେଷ ଆଲଗରିଦମ ଅଟେ । ଯାହା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଇଣ୍ଟରନେଟର ବ୍ୟବହାର କରିଥାଏ । ଚାଟଜିପିଟିକୁ ଦୁଇଟି ଷ୍ଟେଜରେ ଟ୍ରେନ୍‌ କରାଯାଇଛି । ପ୍ରଥମ ହେଉଛି ପ୍ରଶ୍ନ ସମ୍ବନ୍ଧୀୟ ଡାଟାକୁ ଏକାଠି କରିବା । ତାପରେ ତାକୁ ପଚରାଯାଇଥିବା ପ୍ରଶ୍ନର ଅନୁରୂପ ନିଜ ଉତ୍ତର ଦେବା । ନିକଟରେ ତ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା ଯେ ଚାଟଜିପିଟି ସ୍କୁଲର ଜଣେ ପିଲାର ହୋମଓ୍ଵାର୍କ ଲେଖିଦେଇଥିଲା ।

ମୀରା ମୁରତିଙ୍କ ବିଷୟରେ କହିବା ତ ସେ ହେଉଛନ୍ତି ନିକଟରେ ଚାଟଜିପିଟିକୁ ବନାଇଥିବା କମ୍ପାନୀ ର ସିଟିଓ । ସେଠାରେ ସେ ରିସର୍ଚ୍ଚ, ପ୍ରଡକ୍ଟ ଏବଂ ପାର୍ଟନରସିପର ଏସଭିପି ରୂପେ କାମ କରୁଛନ୍ତି । ତାଙ୍କର ଜନ୍ମ ୧୯୮୮ରେ ଆମେରିକାର ସାନ୍‌ ଫ୍ରାନ୍ସିକୋରେ ହୋଇଥିଲା । ସେ ଡାର୍ଟମାଉଥରେ ଥାୟର ସ୍କୁଲ ଅଫ୍‌ ଇଞ୍ଜିନିୟରିଙ୍ଗରେ ଇଞ୍ଜିନିୟରିଙ୍ଗରେ ଗ୍ରାଜୁଏସନ୍‌ କରିଛନ୍ତି । ମୀରା ଟେସଲା କମ୍ପାନୀରେ ସିନିୟର ପ୍ରଡକ୍ଟ ମ୍ୟାନେଜର ଭାବେ କାମ କରିସାରିଛନ୍ତି । ଅନେକ ରିପୋର୍ଟ ମୁତାବକ ମୀରା ମୁରତିଙ୍କ ମାତାପିତା ଭାରତୀୟ ବଂଶୋଦ୍ଭବ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.