ହୃଦଘାତ କରାଉଛି କି କୋଭିଡ ବୁଷ୍ଟର ଡୋଜ୍‌ ? ଗବେଷକ କହିଲେ ଏମିତି

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣ ବିଶ୍ୱପାଇଁ ଏକ ବଡ଼ ଅସୁବିଧା ନେଇ ଆସିଛି । ଏଥିରେ ଭାରତ ମଧ୍ୟ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି । କୋଭିଡ ସଂକ୍ରମଣରେ ଭାରତରେ ପ୍ରାୟ ୫.୨୦ ଲକ୍ଷ ଲୋକ ମୃତ୍ୟୁ ବରଣ କରିଛନ୍ତି । କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସରକାର ଟିକାକରଣକୁ ବ୍ୟାପକ କରିଛନ୍ତି ।

ତଥାପି ଭାରତରେ ଏବେ ବି ଏକ ସିଂହ ଭାଗ ଲୋକ ଟିକା ପାଇବାରୁ ବଂଚିତ ଅଛନ୍ତି । ଏହି ସମୟରେ ଟିକାକୁ ନେଇ ସୋସିଆଲ ମିଡିଆରେ ଏକ ଆତଙ୍କଜନକ ଖବର ମିଳିବାକୁ ଲାଗିଛି । କୋଭିଡ ଭ୍ୟାକସିନ (ଟିକା) ହୃଦରୋଗର କାରଣ ହେଉଛି । ଖାଲି ସେତିକି ନୁହେଁ ଏହା ହୃଦଘାତ କରାଉଛି । ହୃଦୟ ଶରୀରର ଏକ ମହତ୍ୱପୂର୍ଣ୍ଣ ଅଂଗ ହୋଇଥିବାରୁ ଏଥିପ୍ରତି ଅଧିକ ସଚେତନ ହେବା ଜରୁରୀ ଅଟେ ।

ତଥାପି କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକା ନେବା ଜରୁରୀ ହୋଇପଡିଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଖବର ସବୁଠୁ ଭୟଙ୍କର ହେଉଛି ବୁଷ୍ଟର ଡୋଜକୁ ନେଇ । ଲୋକଙ୍କ କହିବା ଅନୁଯାୟୀ, ବୁଷ୍ଟର ଡୋଜ ହୃଦଘାତର କାରଣ ହେଉଛି ।

ଭାରତୀୟ ହାର୍ଟ ଆସୋସିଏସନ ତଥ୍ୟ ଅନୁଯାୟୀ ଭାରତରେ ବୟସ୍କ ଲୋକଙ୍କ ଅପେକ୍ଷା ୫୦ ପ୍ରତିଶତ ହାର୍ଟ ଆଟାକ ୫୦ ବର୍ଷ ତଳେ ଥିବା ଲୋକଙ୍କ ଠାରେ ଦେଖାଯାଇଥାଏ । ସେହିପରି ୨୫ ପ୍ରତିଶତ ହାର୍ଟଆଟାକ୍‌ ୩୦ ବର୍ଷ ଲୋକଙ୍କ ଠାରେ ଦେଖାଯାଇଥାଏ । ଏହାର ସବୁଠୁ ବଡ଼ କାରଣ ହେଲା ଜଙ୍କ ଫୁଡ, ମଦ୍ୟ ଓ ଧୂମ ପାନ ଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଓ ବ୍ୟାୟାମ ଅଭାବ ଯୋଗୁ ହୃଦଘାତ ଆଶଙ୍କା ଅଧିକ ରହିଥାଏ । ଏହାଛଡ଼ା ନିଦ୍ରାହୀନତା, ଚାପ ଓ ଦୀର୍ଘ ସମୟର ଡେସ୍କ ଓ୍ଵାର୍କ ମଧ୍ୟ ହୃଦଘାତ ସମସ୍ୟା ଆଣିଥାଏ ।

ସୋସିଆଲ ମିଡିଆରେ କୋଭିଡ ବୁଷ୍ଟର ଡୋଜକୁ ନେଇ ଘୁରି ବୁଲୁଥିବା ଖବରକୁ ନେଇ ମାଇକ୍ରୋବାୟୋଲୋଜି ସୋସାଇଟିର ସଭାପତି ଡ. ଏ.ଏମ ଦେଖମୁଖ କହିଛନ୍ତି, କୋଭିଡ ନିଃସନ୍ଦେହରେ ହୃଦଘାତ ଆଶଙ୍କା ବୃଦ୍ଧି କରିଛି । ତେବେ ଡାଇବେଟିସ, କୋଲେଷ୍ଟରାଲ ହାଇପର ଟେନସନ ଭଳି ଲାଇଫ ଷ୍ଟାଇଲ ଡିଜିଜ ମଧ୍ୟ ହୃଦଘାତ ଆଶଙ୍କା ବୃଦ୍ଧି କରିଥାଏ ।

କୋଭିଡ ପାଇଁ ଦିଆଯାଉଥିବା କୋଭାସିଲ୍ଡ, କୋଭାକ୍ସିନ, କୋର୍ବିଭାକ୍ସ ଓ ସ୍ପୁଟନିକ ଭଲି ବୁଷ୍ଟର ଡୋଜ ଟିକା ଓମିକ୍ରନ ସଂକ୍ରମଣରେ ଭଲ ପ୍ରଭାବ ଦେଖାଇଛି । ହେଲେ କୋଭିସିଲ୍ଡ ବୁଷ୍ଟର ଡୋଜରେ ଅଧିକ ହୃଦଘାତ ଆଶଙ୍କା ରହିଥାଏ ବୋଲି ସେମିତି କିଛି ଜଣାପଡିନାହିଁ । ତେବେ ଏକ୍ସପର୍ଟଙ୍କ ଅନୁଯାୟୀ, କୋଭିଡ ସଂକ୍ରମଣ ଯୋଗୁ ହୃଦୟର କୋଷ ବା ହାର୍ଟ ମସଲ ଦୁର୍ବଳ ହୋଇଥାଏ । ଯାହାକି ହୃଦଘାତ ଆଶଙ୍କା ସୃଷ୍ଟି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.