Below header

ଭାରତରେ ସାଓମୀ ଲଞ୍ଚ୍ କଲା Mi QLED 4K ଟିଭି, ଏହିସବୁ ଟିଭିକୁ ଦେବ ଟକ୍କର

ଆଜି ଭାରତରେ ସାଓମୀ Mi QLED 4K ଟିଭି ଲଞ୍ଚ କରିଛି। ତେବେ କମ୍ପାନୀ ଏପର୍ଯ୍ଯନ୍ତ ମଡେଲ ନାମ କ’ଣ ରଖିବ ତାହା ଘୋଷଣା କରିନାହିଁ। ଏହି ନୂଆ Mi ଟିଭି ମଡେଲ୍ ମାଧ୍ୟମରେ ସାଓମୀ ସାମସଙ୍ଗ, ଟିସିଏଲ୍ ଏବଂ ୱାନପ୍ଲସ ଭଳି ଦେଶରେ QLED ଟିଭି ମଡେଲ ପ୍ରଦାନ କରୁଥିବା କମ୍ପାନୀଗୁଡିକ ସହିତ ଟକ୍କର କରିବ ।

ଏହି ଟିଭିର ଦାମ୍ CNY ୩,୬୯୯ (ପ୍ରାୟ ୪୧,୬୦୦ ଟଙ୍କା) ରହିଛି। ତେବେ ଭାରତରେ ଏହି ଟିଭିର ଦାମ୍ ୫୪,୯୯୯ ଟଙ୍କା ରହିଛି। Xiaomi Mi QLED 4K TV ର ଟିଭିର ଫିଚର୍ସ କହିବାକୁ ଗଲେ, ଏଥିରେ ୫୫ ଇଞ୍ଚର ଅଲଟ୍ରା ଏଚଡି ଡିସପ୍ଲେ ମିଳିବ। HDR ଫର୍ମାଟ୍ ସହିତ HLG, HDR10, HDR10+ ଏବଂ ଡଲବୀ ଭିଜନ ମିଳିବ। ଏହାସହିତ ମିଡିଆ ଟେକ MT9611 କ୍ବାଡକୋର ପ୍ରୋସେସର ରହିବ। ଟିଭିରେ ୨ ଜିବି ରାମ୍, ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ମଧ୍ୟ ରହିବ।

xiamoi

ତେବେ, ନୂତନ ମଡେଲ୍ QLED ପ୍ରଦର୍ଶନ ସହିତ ଆସିବ ବୋଲି ସାଓମୀ ନିଶ୍ଚିତ କରିସାରିଛି । ଆହୁରି ମଧ୍ୟ ନୂତନ ମଡେଲରେ 64-ବିଟ୍ ମିଡିଆଟେକ୍ ପ୍ରୋସେସର୍ ମଧ୍ୟ ରହିବ । ଏହାଛଡା ଟିଭିରେ HDR ସପୋର୍ଟ ମିଳିବ ଯାହା ଆଣ୍ଡ୍ରଏଡ ଟିଭି OS ବେସଡ patchwall ରେ ଚାଲିବ। ଏହାର ଅପକମିଂ ମଡେଲରେ ଡଲବି ଅଡିଓ ଏବଂ DTS-HD ସପୋର୍ଟ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.