Below header

ପ୍ଲାଟ୍‌ଫର୍ମରୁ ଖସିପଡ଼ିଲେ ମୁକ ଯୁବକ, ଚଳନ୍ତା ଟ୍ରେନ୍‌ ତଳେ କଟିଗଲା ଦୁଇ ଗୋଡ଼

ଯାଜପୁର ରୋଡ (କେ ନ୍ୟୁଜ୍‌) : ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେସନରେ ଅଘଟଣ । ପ୍ଲାଟଫର୍ମରୁ ଖସିପଡି ଚଳନ୍ତା ଟ୍ରେନ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ୨ ଗୋଡ କଟା ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ତରୁଆଁ ଗ୍ରାମର ଅର୍ଜୁନ ଭଞ୍ଜ । ସେ ଜନ୍ମରୁ ମୁକ। ତେବେ ସେ କେଉଁ କାରଣରୁ ଏଠାକୁ ଆସିଥିଲେ, ସେନେଇ ରେଳବାଇ ପୋଲିସ ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.