Below header

ମା’ ହେଲେ ଡ୍ୟାନ୍ସର ସପନା ଚୌଧୁରୀ, ସୋସିଆଲ ମିଡିଆରେ ସେୟାର କଲେ ପୁଅ ସହ ପ୍ରଥମ ଫଟୋ

ପ୍ରସିଦ୍ଧ ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସୂଚନା ମୁତାବକ ସପନା କିଛି ଦିନ ପୂର୍ବରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନଙ୍କ ହୋସ୍‌ ଉଡିଯାଇଥିଲା। କେହି କେହି ମଧ୍ୟ ବିଶ୍ୱାସ କରିପାରୁ ନଥିଲେ ସପନା ମା’ ହୋଇଛନ୍ତି ବୋଲି। କାରଣ ସପନା ନିଜ ବିବାହ ସମ୍ପର୍କରେ ଖୁଲାସା କରିନଥିଲେ। କିନ୍ତୁ ସପନା ଏବେ ନିଜ ପୁଅ ସହ ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 

View this post on Instagram

 

A post shared by Sapna Choudhary (@itssapnachoudhary)

ସପନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସପନା ନିଜ ପୁଅକୁ ଧରି ଛିଡା ହୋଇଥିବାର ନଜର ଆସିଛନ୍ତି। ଫ୍ରାନ୍ସମାନେ ତାଙ୍କର ଏହି ଫଟୋକୁ ଖୁବ୍‌ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି।

sapna choudhariସୂଚନାଯୋଗ୍ୟ ସପନା ହରିୟାଣା ସିଙ୍ଗର, ଲେଖକ ଏବଂ ମଡେଲ୍‌ ବୀର ସାହୁଙ୍କ ସହ ଗତ ଜାନୁଆରୀ ମାସରେ କୋର୍ଟ ମ୍ୟାରେଜ୍‌ କରିଥିଲେ। ଏହି ବିବାହ ବହୁତ ସରଳତାର ସହ କରାଯାଇଥିବାରୁ କେହି ଏହି ସମ୍ପର୍କରେ ଜାଣିପାରିନଥିଲେ। କିନ୍ତୁ ସପନା ମା’ ହେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି। ସପନା ବିବାହ ପରେ ବୀରଙ୍କ ସହ ନିଜର ପ୍ରଥମ ଫଟୋ କରଓ୍ଵାଚୌଥ୍‌ ଦିନ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.