ଦେଶରେ କୋଟିଏରୁ ଅଳ୍ପ ଦୂର କରୋନା ସଂକ୍ରମିତ ସଂଖ୍ୟା, ସୁସ୍ଥ ହେଲେଣି ୯୪ .୫୬ ଲକ୍ଷ ରୋଗୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଭିତରେ ୨୬ ହଜାର ୩୮୨ ନୂଆ ମାମଲା ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୯୯.୩୨ ଲକ୍ଷ ଛୁଇଁଛି । ଯେଉଁଥିରୁ ୯୪.୫୬ ଲକ୍ଷ ରୋଗୀ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ବୁଧବାର ସକାଳେ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ୯୯ ଲକ୍ଷ ୩୨ ହଜାର ୫୪୭ ଛୁଇଁଛି କୋଭିଡ ସଂଖ୍ୟା । ଯେବେକି ଗୋଟିଏ ଦିନ ଭିତରେ ୩୮୭ ଜଣଙ୍କର ମୃତ୍ୟୁ ହେବା ପରେ ୧
ଲକ୍ଷ ୪୪ ହଜାର ୦୯୬ ରେ ପହଂଚିଛି ମୃତକ ସଂଖ୍ୟା । ରିପୋର୍ଟ ଅନୁଯାୟୀ ୯୪ ଲକ୍ଷ ୫୬ ହଜାର ୪୪୯ ଜଣ ସଂକ୍ରମଣ ମୁକ୍ତ ହେବା ପରେ ୯୫.୨୧
ପ୍ରତିଶତରେ ପହଂଚିଛି ସୁସ୍ଥ ସଂଖ୍ୟା । ଅନ୍ୟପକ୍ଷରେ ୧.୪୫ ପ୍ରତିଶତ ରହିଛି ମୃତ୍ୟୁ ହାର । ଲଗାତାର ୧୦ ଦିନ ଧରି ଦେଶବ୍ୟାପୀ ୪ ଲକ୍ଷରୁ କମ ସଂଖ୍ୟକ ରୋଗୀ ଚିକିତ୍ସାଧିନ ଥିବା ଜଣାଯାଇଛି ।

ପୂର୍ବ ରିପୋର୍ଟ ଗୁଡିକୁ ଦେଖିଲେ ଜଣାଯିବକି, ସେପ୍ଟେମ୍ବର ୧୬ ତାରିଖରେ ଭାରତରେ ୫୦ ଲକ୍ଷ, ସେପଟେମ୍ବର ୨୮ ସୁଦ୍ଧା ୬୦ ଲକ୍ଷ, ଅକ୍ଟୋବର ୧୧ ସୁଦ୍ଧା ୭୦ ଲକ୍ଷ, ଅକ୍ଟୋବର ୨୯ ସୁଦ୍ଧା ୮୦ ଲକ୍ଷ ନଭେମ୍ବର ୨୦ ସୁଦ୍ଧା ୯୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଡିସେମ୍ବର ୧୫ ସୁଦ୍ଧା ୧୫ କୋଟି ୬୬ ଲକ୍ଷ ୪୬ ହଜାର ୨୮୦ ନମୁନା ପରୀକ୍ଷଣ ହୋଇଥିବା ବେଳେ କେବଳ ମଙ୍ଗଳବାର ଗୋଟିଏ ଦିନରେ ୧୦ ଲକ୍ଷ ୮୫ ହଜାର ୬୨୫ ନମୁନା ଯାଞ୍ଚ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.