Below header

ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲା: ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି, ୨୪ରେ ପରବର୍ତ୍ତୀ ଶୁଣାଣି

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି । ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ ହୋଇଛି । ଜଉମୁଦ ଲଫାପାରେ ରିପୋର୍ଟ ଦାଖଲ କରାଯାଇଛି । ଆସନ୍ତା ୨୪ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ୪ ତାରିଖରେ ଏହି ମାମଲାର ଶୁଣାଣି କରି କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ । ଅଭିଯୁକ୍ତକୁ ଏଯାଏ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ଅଦାଲତ । ଏହାସହ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.