ସହରର ଭ୍ରମ ସୃଷ୍ଟି କରୁଛି ଗଞ୍ଜାମ ଜିଲ୍ଲାର ଏହି ଗାଁ, ଘର ସମ୍ମୁଖରେ ପଡିଛି ରଙ୍ଗ ବେରଙ୍ଗର ଚେୟାର୍ ସାଙ୍ଗକୁ ଡିଜାଇନ୍ ଗଛ

ବ୍ରହ୍ମପୁର: ଗାଁ ସାହିରେ ତିଆରି ହୋଇଛି ପାର୍କ। ଚେୟାର୍ ପଡିଛି, ସୁନ୍ଦର ଭାବରେ ରଙ୍ଗ ବେରଙ୍ଗର ଚିତ୍ରଣ ସହ ଡିଜାଇନ୍ ଗଛ ମଧ୍ୟ ଲାଗିଛି। ଆଉ ଭ୍ରମ ସୃଷ୍ଟି ହୋଇଛି ସହର ପରି । ଏସବୁ ସମ୍ଭବ ହୋଇଛି ରାଜ୍ୟ ସରକାରଙ୍କ ଯୋଜନା ପାଇଁ ।  ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚୈତନ୍ୟପୁର ଗାଁ।

villageଏଠାରେ ଘର ସମ୍ମୁଖରେ ପଡିଛି ରଙ୍ଗ ବେରଙ୍ଗର ଚେୟାର୍। ଡିଜାଇନ୍ ଗଛ, ସିମେଣ୍ଟ ୱାଲ୍ କରାଯାଇ ଗାଁ ର ସଂସ୍କୃତି ଓ ପରମ୍ପରା କୁ ଚିତ୍ରିତ କରାଯାଇଥିବା ବେଳେ ଅନେକ ଟିପସ୍ ମଧ୍ୟ ସ୍ଥାନିତ କରାଯାଇଛି। ଯାହାକି ସହରର ପାର୍କର ଭ୍ରମ ସୃଷ୍ଟି କରୁଛି ଏବେ ଏହି ଗାଁ । ଘର ଠାରୁ ବାରଣ୍ଡା ଲମ୍ବା ରହିଥିଲା । ଯାହାଫଳରେ ରାସ୍ତା ମଧ୍ଯ ସଂକୀନ୍ନ ହୋଇଯାଇଥିଲା । କିନ୍ତୁ ଏବେ ପାର୍କ ହେବା ପରେ  ଏଠାରେ ସମୟ ଅତିବାହିତ କରୁଥିବା କହିଛନ୍ତି ଗ୍ରାମବାସୀ।

parkତେବେ ଏଥିରେ ବୟସ୍କ ବ୍ୟକ୍ତିମାନେ ବେଶ୍ ଖୁସି ହୋଇଛନ୍ତି । ମୁହଁରେ ହସ ଝଟକୁଛି । ଚେୟାର୍ ଉପରେ ବସି ସୁଖ, ଦୁଃଖ ବାଣ୍ଟୁଛନ୍ତି । ଶୀତୁଆ ସକାଳ ହେଉ ଅବା ସଞ୍ଜରେ ମନ ଖୁସି କରି ଏଠାରେ ବସିଥିବାର ନଜର ଆସୁଛନ୍ତି। କିଏ ନିଜ ନାତି ନାତୁଣୀକୁ ଧରି ଗେଲ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ତ କିଏ ବସି ବହି ପଢୁଥିବାର । ତେବେ ଏସବୁ ସମ୍ଭବ ହୋଇଛି ରାଜ୍ୟ ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ । ଦଶ ଲକ୍ଷ ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯାଇଥିବା କହିଛନ୍ତି ଏଠାକାର ସରପଞ୍ଚ। ଖାଲି ସେତିକି ନୁହେଁ ଗାଁର ଝିଅ ବୋହୁମାନେ ମଧ୍ୟ ପାର୍କ ଯୋଗୁଁ ବେଶ୍ ଖୁସି ପ୍ରକଟ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.