Below header

ଏହି ସରକାରୀ ୱେବସାଇଟରୁ ବ୍ଲକ୍‌ କରିପାରିବେ ନିଜ ସିମ୍‌ କାର୍ଡ, ଗୋଟିଏ ମିନିଟରେ କରନ୍ତୁ ଆପ୍ଲାଏ

ଏହି ପୋର୍ଟାଲ ଭାରତ ସରକାରଙ୍କ ଦୂର ସଂଚାର ବିଭାଗ (DoT) ଦ୍ୱାରା ପରିଚାଳିତ ହୋଇଥାଏ । ଏହି ପୋର୍ଟାଲକୁ ଯାଇ ଆପଣଙ୍କ ନାମରେ ଚାଲୁଥିବା ବେଆଇନ୍‌ ସିମ୍ କାର୍ଡକୁ ଆପଣ ବ୍ଲକ୍‌ କରିପାରିବେ ।

ନିକଟରେ ଭାରତୀୟଙ୍କ ପାଇଁ TAFCOP (ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କନଜ୍ୟୁମର ପ୍ରୋଟେକ୍ସନ) ନାମକ ଏକ ୱେବସାଇଟ୍ ଜାରି କରାଯାଇଛି । ଏହା ଏକ ସରକାରୀ ପୋର୍ଟାଲ୍, ଯାହା ମୋବାଇଲ୍ ୟୁଜରମାନଙ୍କୁ ସେମାନଙ୍କ ନାମରେ ଦିଆଯାଇଥିବା ମୋବାଇଲ୍ କନେକ୍ସନ୍‌ ବିଷୟରେ ସୂଚନା ଦେଇଥାଏ । ଏହି ପୋର୍ଟାଲ ଭାରତ ସରକାରଙ୍କ ଦୂର ସଂଚାର ବିଭାଗ (DoT) ଦ୍ୱାରା ପରିଚାଳିତ ହୋଇଥାଏ । ଏହି ପୋର୍ଟାଲକୁ ଯାଇ ଆପଣଙ୍କ ନାମରେ ଚାଲୁଥିବା ବେଆଇନ୍‌ ସିମ୍ କାର୍ଡକୁ ଆପଣ ବ୍ଲକ୍‌ କରିପାରିବେ । ଏହି ପୋର୍ଟାଲକୁ ଯାଇ ଆପଣ କଣ ସବୁ ଜାଣିପାରିବେ ଆସନ୍ତୁ ଜାଣିବା ।

୧. ଆପଣଙ୍କ ନାମରେ କେତେ ସିମ୍ ଚାଲୁଛି ଆପଣ ଏହି ପୋର୍ଟାଲରେ ଦେଖିପାରିବେ ।
୨. ଅନାବଶ୍ୟକ ସିମ୍ କୁ ସୁଇଚ୍ ଅଫ୍ କରିପାରିବେ ।
୩ . ଆପଣଙ୍କର ସିମ୍ ର ସମସ୍ତ ଡିଟେଲ୍ସ ଦେଖିପାରିବେ, ଯେପରିକି ସିମ୍ ନମ୍ବର, ଇସ୍ୟୁ ଡେଟ୍‌ ଏବଂ ଅନ୍ୟାନ୍ୟ ଜିନିଷ ।
୪. ଆପଣ ନିଜ ସିମ୍ କୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

TAFCOP ପୋର୍ଟାଲରେ ଏଣ୍ଟ୍ରି କରିବା ପାଇଁ ଆପଣ ନିଜ ଆଧାର କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଏଣ୍ଟ୍ରି କରିବେ । ଆପଣଙ୍କୁ ଏକ OTP ମିଳିବ, ଯାହାକୁ ଆପଣ ଏହି ପୋର୍ଟାଲରେ ଏଣ୍ଟ୍ରି କରିବେ । ଏହି ପୋର୍ଟାଲ୍ ମୋବାଇଲ୍ ୟୁଜରମାନଙ୍କୁ ସେମାନଙ୍କର ସିମ୍ ବିଷୟରେ ଡିଟେଲ୍ସ ଦେଇଥାଏ ଏବଂ ସିମ୍ ବ୍ଲକ୍‌ କରିବା ପାଇଁ ସାହାଯ୍ୟ କରିଥାଏ ।

୧. TAFCOP ପୋର୍ଟାଲର ୱେବସାଇଟ୍ https://tafcop.dgtelecom.gov.in/କୁ ଯାଆନ୍ତୁ ।
୨. ଲଗଇନରେ କ୍ଲିକ୍ କରନ୍ତୁ ।
୩. ଆପଣଙ୍କ ଆଧାର କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଏଣ୍ଟ୍ରି କରନ୍ତୁ |
୪. ଜେନେରେଟ୍‌ OTP ଉପରେ କ୍ଲିକ୍ କରନ୍ତୁ ।
୫. ଆପଣଙ୍କର ମୋବାଇଲ୍ ନମ୍ବରକୁ ଆସିଥିବା OTP ଏଣ୍ଟ୍ରି କରନ୍ତୁ ।
୬. ଲଗଇନ୍ ଉପରେ କ୍ଲିକ୍ କରନ୍ତୁ ।
୭. ଲଗ୍ ଇନ୍ ହେବାପରେ ଆପଣ TAFCOP ପୋର୍ଟାଲର ସମସ୍ତ ସୁବିଧାକୁ ବ୍ୟବହାର କରିପାରିବେ ।

TAFCOP ପୋର୍ଟାଲରେ ସିମ୍ କାର୍ଡକୁ କିପରି ବ୍ଲକ୍‌ କରିବେ ?

୧ . ଲଗ୍ ଇନ୍ ହେବା ପରେ ସିମ୍ ଡିଆକ୍ଟିଭେଟ୍‌ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
୨. ଆପଣଙ୍କ ନାମରେ ଜାରି କରାଯାଇଥିବା ସମସ୍ତ ସିମ୍ କାର୍ଡର ଲିଷ୍ଟ ଆପଣ ଏଠାରେ ଦେଖି ପାରିବେ । ଆପଣ ଯେଉଁ ସିମ୍ କାର୍ଡକୁ ବନ୍ଦ କରିବାକୁ ଚାହୁଁଥିବେ ସେହି ସିମରେ ଥିବା ଡିଆକ୍ଟିଭେଟ୍‌ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୩. ସିମ୍ କାର୍ଡକୁ ବ୍ଲକ୍‌ କରିବା ପାଇଁ ଏକ କାରଣ ବାଛନ୍ତୁ ଏବଂ ସବମିଟ୍‌ ବଟନ୍‌ ଉପରେ କ୍ଲିକ୍ କରନ୍ତୁ ।
୪. ଥରେ ସବମିଟ୍‌ ବଟନ୍‌ ଉପରେ କ୍ଲିକ୍ କରିବା ପରେ ଆପଣ ବାଛିଥିବା ସିମ୍ କାର୍ଡ ବନ୍ଦ ହୋଇଯିବ ।
୫. TAFCOP ପୋର୍ଟାଲରେ ସିମ୍ କାର୍ଡ ବନ୍ଦ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ । ସିମ୍ କାର୍ଡ ବନ୍ଦ ହେବାର ପ୍ରକ୍ରିୟା ୨୪ ଘଣ୍ଟା ମଧ୍ୟରେ ଶେଷ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.