ଆଶ୍ଚର୍ଯ୍ୟ ! ଟି୨୦ ବିଶ୍ୱକପ ପୂର୍ବରୁ ଆର୍ମି ଟ୍ରେନିଂ ନେଉଛି ପାକିସ୍ତାନ କ୍ରିକେଟ ଟିମ୍‌, ଫ୍ୟାନ୍ସ ଉଡାଉଛନ୍ତି ମଜାକ

ଜୁନ୍‌ ୧ ତାରିଖରୁ ଟି୨୦ ବିଶ୍ୱକପ ଆରମ୍ଭ ହେଉଛି । ତେଣୁ ସମସ୍ତ ଟିମ୍‌ ଟ୍ରେନିଂ ନେଉଛନ୍ତି, ହେଲେ ପାକିସ୍ତାନ ଟିମର ଟ୍ରେନିଂ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ରହିଛନ୍ତି । ଭିଡିଓରେ ପାକିସ୍ତାନ କ୍ରିକେଟ ଟିମ ପାକିସ୍ତାନ ସେନା ସହିତ ମିଶି ଟ୍ରେନିଂ ନେଉଥିବାର ଦେଖିବାକୁ ମିଳିଛି ।

ପାକିସ୍ତାନ କ୍ରିକେଟ ଟିମକୁ ବନ୍ଧୁକ ଧରାଇ ଟ୍ରେନିଂ ଦେଉଛି ସେନା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ଭିଡିଓରେ ପାକିସ୍ତାନ କ୍ରିକେଟ ଟିମ ପାକିସ୍ତାନ ସେନା ସହିତ ମିଶି ଟ୍ରେନିଂ ନେଉଥିବାର ଦେଖିବାକୁ ମିଳିଛି । ଜୁନ୍‌ ୧ ତାରିଖରୁ ଟି୨୦ ବିଶ୍ୱକପ ଆରମ୍ଭ ହେଉଛି । ତେଣୁ ସମସ୍ତ ଟିମ୍‌ ଟ୍ରେନିଂ ନେଉଛନ୍ତି, ହେଲେ ପାକିସ୍ତାନ ଟିମର ଟ୍ରେନିଂ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ରହିଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ @nickhunterr ନାମକ ୟୁଜର୍ସ ଆକାଉଣ୍ଟରୁ ସେୟାର କରାଯାଇଛି । ଏହାସହିତ କ୍ୟାପସନରେ ଲେଖାଯାଇଛି, ଏମାନେ ବିଶ୍ୱକପ ଖେଳିବାକୁ ଯାଉଛନ୍ତି ନା ଆମେରିକା ଉପରେ ଆକ୍ରମଣ କରିବାକୁ । ଏହି ଭିଡିଓରେ ପାକିସ୍ତାନ ସେନା କ୍ରିକେଟର ଟିମର ଖେଳାଳିଙ୍କୁ ସ୍ନାଇପନର ଚଲାଇବା, ଗ୍ରେନେଡ ଫୋପାଡିବା, ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଫାଇଟ ଭଳି ଆର୍ମି ଟ୍ରେନିଂ ଦେଉଛନ୍ତି । କ୍ରିକେଟ ଟିମରେ ନେଟସରେ ବ୍ୟାଟ-ବଲ୍‌ରେ ଅଭ୍ୟାସ କରୁଥିବା ବେଳେ ଏମାନେ ଆର୍ମି ଟ୍ରେନିଂ ନେଉଛନ୍ତି । ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ମଜା ନେଉଛନ୍ତି ।

ଏହି ଭିଡିଓ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଭିଡିଓ ଦେଖି ଲୋକେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଭାଇ ଆଇପିଏଲ ଚାଲିଛି, ନିଜ ଫ୍ୟାନ୍ସଙ୍କୁ କିଛି ଏଣ୍ଟରଟେନମେଣ୍ଟ କରିବାକୁ ପଡିବ । ନହେଲେ ଫ୍ୟାନ୍ସଙ୍କ ଧ୍ୟାନ ଆଇପିଏଲକୁ ଚାଲିଯିବ । ଆଉ ଜଣେ ୟୁଜର ଲେଖିଛନ୍ତି, ତା’ରୋ କେ ନିଚେ ଯାଏଗେଁ, ଭିସା ତୋ ନେହିଁ ମିଲେଗା । ଅନ୍ୟ ଜଣେ ଲେଖିଛନ୍ତି, ଆମେରିକା ଏହାକୁ ଦେଖି ପାକିସ୍ତାନୀ ଖେଳାଳିଙ୍କୁ ବ୍ୟାନ୍‌ କରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.