Below header

ଶଙ୍ଖ ଧରିଲେ ଗଣେଶ୍ବର ବେହେରା, ଶହ ଶହ ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ମିଶିଲେ

ଶଙ୍ଖ ଧରିଲେ ଗଣେଶ୍ବର ବେହେରା । ବିଜେଡିରେ ମଶିଲେ କଂଗ୍ରେସର ହେଭିୱେଟ ନେତା ଗଣେଶ୍ବର ବେହେରା ନିଜର ଶହ ଶହ ସମର୍ଥକଙ୍କ ଗହଣରେ ଆସି ସେ ଶଙ୍ଖ ଭବନରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଧରିଲେ ଗଣେଶ୍ବର ବେହେରା । ବିଜେଡିରେ ମଶିଲେ କଂଗ୍ରେସର ହେଭିୱେଟ ନେତା ଗଣେଶ୍ବର ବେହେରା ନିଜର ଶହ ଶହ ସମର୍ଥକଙ୍କ ଗହଣରେ ଆସି ସେ ଶଙ୍ଖ ଭବନରେ ସାମିଲ ହୋଇଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟଭାର ତୁଲାଇଥିଲେ । କଂଗ୍ରେସରୁ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନମିଳିବାରୁ ସେ ଦଳ ଛାଡିଥିବା କହିଥିଲେ ।

କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିବା ସମ୍ଭାବନା ଅଧିକ ରହିଛି । ଗଣେଶ୍ବର ୧୯୮୫ ଓ ୧୯୯୫ ମସିହାରେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ୧୯୯୯ ଫେବୃଆରୀରୁ ୨୦୦୦ ମାର୍ଚ୍ଚ ପର୍ଯ୍ୟନ୍ତ ମନ୍ତ୍ରୀ ଥିଲେ । ଏହା ପରଠାରୁ ଆଉ ସେ ଜିତି ନାହାନ୍ତି । କିନ୍ତୁ ପ୍ରତି ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଛନ୍ତି । ୨୦୧୯ରେ ୫୯ ହଜାରରୁ ଅଧିକ ଭୋଟ ପାଇଥିଲେ ଗଣେଶ୍ବର । ୨୦୧୪ରେ ୫୭ ହଜାରରୁ ଅଧିକ ଭୋଟ ହାସଲ କରିଥିଲେ । ୨୦୦୯ରେ ୪୬ ହଜାର ଭୋଟ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.