Below header

‘ମୁଁ ସନ୍ନ୍ୟାସୀ, ମୋତେ ଭୋଟ ନଦେଲେ ତୁମ ପାପ ତୁମକୁ ଦେଇ ଦେବି ! ଜାଣନ୍ତୁ କାହିଁକି ଏମିତି କହିଲେ ସାକ୍ଷୀ ମହାରାଜ

ଭାରାତୀୟ ଜନତା ପାର୍ଟି ତରଫରୁ ଉନ୍ନାବ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଡ. ସଚ୍ଚିଦାନନ୍ଦ ହରି ଓରଫ ସାକ୍ଷୀ ମହାରାଜ । ତେବେ ପୁଣିଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ ପ୍ରଚାର ବେଳେ ସାକ୍ଷୀ ମହାରାଜ କହିଛନ୍ତି, ଯଦି ତାଙ୍କୁ ଲୋକ ଭୋଟ ଦେବେ ନାହିଁ ତେବେ ସେ ନିଜ ପାପ ତାଙ୍କୁ ଦେଇଦେବେ । ଲୋକସଭା ନିର୍ବାଚନ ପ୍ରଚାର ବେଳେ ସାକ୍ଷୀ ବାବା ଏମିତି କହିଥିଲ । ଏହା ପଛରେ ଶାସ୍ତ୍ର ପୁରାଣର ପ୍ରମାଣ ଥିବା କଥା ମଧ୍ୟ ସେ କହିଥିଲେ ।
ସାକ୍ଷୀ ମହାରାଜ କହିଛନ୍ତି ‘ମୁଁ ଜଣେ ସନ୍ନ୍ୟାସୀ ତେଣୁ ଯେବେ ସନ୍ନ୍ୟାସୀ ଭିକ୍ଷା ମାଗେ ଆଉ ତାକୁ ଯଦି ଭିକ୍ଷା ନମିଳେ ତେବେ ଗୃହସ୍ଥିଙ୍କ ପୁଣ୍ୟ ହରଣ ହୋଇଯାଏ । ଏକଥା ଶାସ୍ତ୍ର ଆଧାରିତ । ମୁଁ ଧନ ସମ୍ପତ୍ତି ମାଗୁ ନାହିଁ, କେବଳ ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଛି । ଯେଉଁଥିରେ ୧୨୫ କୋଟି ଦେଶବାସୀଙ୍କ ଭାଗ୍ୟ ବଦଳିବାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.