Below header

ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ ବିଜେଡି ସରକାର : ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର : ଚଳିତ ନିର୍ବାଚନ ପାଇଁ ଯାଜପୁରରେ ରାଜନୈତିକ ପାଣିପାଗ ସରଗରମ । ବିଜେପି ପକ୍ଷରୁ ପ୍ରଚାର ଜୋରଦାର । ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁରର ବିଂଝାରପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ବିଂଝାରପୁର ବିଜେପି ବିଧାୟିକା ପ୍ରାର୍ଥୀ ବବିତା ମଲ୍ଲିକ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଏହି ନିର୍ବାଚନୀ ସଭାରେ ଦଳ ସପକ୍ଷରେ ବକ୍ତବ୍ୟ ରଖବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ।

ଧର୍ମେନ୍ଦ୍ର ତାଙ୍କ ଭାଷଣରେ ରାଜ୍ୟର ବିଜେଡି ସରକାରକୁ ଅପାରଗ ସରକାର ବୋଲି ଅଭିହିତ କରିବା ସହିତ ଏହି ଦୁର୍ନୀତିଗ୍ରସ୍ତ ସରକାରକୁ ବଦଳାଇବାକୁ ଆହ୍ୱାନ ଦେଇଥିଲେ । ଡବଲ ଇଞ୍ଜିନର ପ୍ରସଙ୍ଗ ରଖି ସେ କହିଥିଲେ ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ସରକାର ଗଢିଲେ ୩କୋଟି ୨୬ଲକ୍ଷ ଲୋକଙ୍କୁ ୧ଟଙ୍କାରେ ୫କିଲୋ ଚାଉଳ, ଅଧା କିଲୋ ଡାଲି, ଅଧାକିଲୋ ଲୁଣ ଯୋଗାଇଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହା ସହ ଦୁର୍ନୀତି ଓ ବିଭିନ୍ନ ମାମଲାରେ ଅଭିଯୁକ୍ତ ନେତାଙ୍କ ହାତରେ ହାତକଡି ପକାଇ ହାଜତକୁ ପଠାଯିବ ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.