Below header

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ମତଦାତା

ଚତୁର୍ଥ ପର୍ଯ୍ୟାୟରେ ଉତ୍ସାହର ସହ ମତଦାନ କରିଛନ୍ତି ନେତା ଓ ଜନତା । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନିଜେ ଭୋଟ୍‌ ଦେବା ସହ ନିଜ ଭାଗ୍ୟ ପରୀକ୍ଷା ବି କରାଇଛନ୍ତି । ଭୋଗରାଇରେ ମନ୍ତ୍ରୀ ଅନନ୍ତ ଦାସ, ବାଲେଶ୍ୱରରେ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଭୋଟ୍‌ ଦେଇଛନ୍ତି। ଲାଇନରେ ଆସି ମତାଧିକାର ସାବ୍ୟସ୍ତ କରିଥିଲେ। ଯାଜପୁର ଜିଲ୍ଲାରେ ଭୋଟ୍‌ ଦେଇଛନ୍ତି ବିଜେଡିର ବହୁ ହେଭିେଓ୍ଵଟ ଓ ୟଙ୍ଗ ବ୍ରିଗେଡ୍‌। ବଡ଼ଚଣାରେ ଅମର ଶତପଥୀ, ଯାଜପୁରରେ ପ୍ରଣବ ପ୍ରକାଶ ଦାସ, ଶର୍ମିଷ୍ଠା ସେଠୀ, ସୁକିନ୍ଦାରେ ପ୍ରଫୁଲ୍ଲ ଘଡ଼ାଇ, ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ, ବିଞ୍ଝାରପୁରରେ ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ଭୋଟ୍‌ ଦେଇଥିଲେ। ଏହାସହ ଜନତା ବି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। କୋରେଇରେ ଭୋଟ୍‌ ଦେଇଥିଲେ ବିଧାୟକ ଆକାଶ ଦାସ ନାୟକ।

କେନ୍ଦ୍ରାପ଼ଡ଼ା ଜିଲ୍ଲାରେ ଦୁଇ ଜଣ ସାଂସଦ ଓ ଦଳର ତୁଙ୍ଗ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। କେନ୍ଦ୍ରାପଡ଼ା ସାଂସଦ ଭାବରେ ନିଜ ଭାଗ୍ୟ ପରୀକ୍ଷା କରାଇଛନ୍ତି ଅନୁଭବ ମହାନ୍ତି । ଆଳିରେ ସାଂସଦ ପ୍ରତାପ ଦେବ, ପାଟକୁରାରେ ଅତନୁ ସବ୍ୟସାଚୀ ନାୟକ, ରାଜନଗରରେ ଧ୍ରୁବ ସାହୁ, ଅଂଶୁମାନ ମହାନ୍ତି ମବୁଥ୍‌କୁ ଆସି ଭୋଟ୍‌ ଦେଇଥିଲେ।

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଦେଇଛନ୍ତି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳ। ଚାନ୍ଦବାଲିରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ବ୍ୟୋମକେଶ ରାୟ। ଜଗତସିଂହପୁରରେ ଭୋଟ୍‌ ଦେଇଥିଲେ ବିଷ୍ଣୁ ଦାସ।

ନିମାପଡ଼ାରେ ଭୋଟ୍‌ ଦେଇଥିଲେ ବିଜେଡି ବିଧାୟକ ସମୀର ଦାଶ। ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ବି ମତାଧିକାର ସାବ୍ୟସ୍ତ କରିଥିଲେ। ରାଇରଙ୍ଗପୁରରେ ଭୋଟ୍‌ ଦେଇଥିଲେ ବିଜେଡି ନେତ୍ରୀ ବାସନ୍ତୀ ମାରାଣ୍ଡି ।

ଚତୁର୍ଥ ପର୍ଯ୍ୟାୟରେ ୪ ଜଣ ମନ୍ତ୍ରୀ ଭୋଗରାଇରୁ ଅନନ୍ତ ଦାସ, କେନ୍ଦ୍ରାପଡ଼ାରୁ ଶଶିଭୂଷଣ ବେହେରା, ମାହାଙ୍ଗାରୁ ପ୍ରତାପ ଜେନା ଓ ଭଣ୍ଡାରୀପୋଖରୀରୁ ପ୍ରଫୁଲ୍ଲ ସାମଲଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ୩ ଜଣ ରାଜ୍ୟସଭା ସାଂସଦ ପ୍ରତାପ ଦେବ, ସରୋଜିନୀ ହେମ୍ବ୍ରମ୍‌, ଅନୁଭବ ମହାନ୍ତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର୍‌। ସେହିପରି ଅନ୍ୟ ହେଭିେଓ୍ଵଟଙ୍କ ମଧ୍ୟରେ ଅଛନ୍ତି ରବୀନ୍ଦ୍ର ଜେନା, ରାଜଶ୍ରୀ ମଲ୍ଲିକ, ଧରଣୀଧର ନାୟକ, ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ସୁଦାମ ମାରାଣ୍ଡି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଅନନ୍ତ ସେଠୀ, ଗଣେଶ୍ୱର ବେହେରା ପ୍ରମୁଖ । କିଛି ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିବା କିଛି ନୂଆ ଚେହେରାଙ୍କ ଭାଗ୍ୟ ବି ସିଲ୍‌ ହୋଇଛି ଇଭିଏମ୍‌ରେ। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ, ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଓ ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.