Below header

ବିଜେପି ନାଁରେ ବୁଥ୍‌ ରିଗିଂ ଅଭିଯୋଗ, କେନ୍ଦ୍ରାପଡ଼ାରେ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଥିଲେ ପୋଲିଂ ଅଧିକାରୀ

ପୋଲିଂ ଷ୍ଟେସନରେ ବ୍ୟାପକ ରିଗିଂ। ଏହାକୁ ନେଇ ଉତ୍ତେଜନା। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ମୋବାଇଲରେ ଘୁରି ବୁଲୁଥିବା ଭିଡିଓରେ ପ୍ରିଜାଇଡିଂ ଅଫିସର ମାନେ ରିଗିଂରେ ସାହାଯ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ଭୋଟର। ଜଣେ ବୃଦ୍ଧା ବିଜେଡିରେ ଭୋଟ ଦେବା ପାଇଁ ଯାଇଥିବା ବେଳେ ତାଙ୍କୁ ଗୋଟିଏ ପଦ୍ମରେ ଭୋଟ ଦେବାକୁ କୁହାଯାଇଥିବା ଅଭିଯୋଗ କରିଛି ବିଜେଡି। ଅନ୍ୟ ଏକ ଭିଡିଓରେ ଚଞ୍ଚକତା କରି ତାଙ୍କର ଭୋଟକୁ ବିଜେପିକୁ ଦେଇଦିଆଯାଇଥିବା କାନ୍ଦି କାନ୍ଦି ଜଣେ ବୃଦ୍ଧ ଜଣାଇଛନ୍ତି। ବିଜେପିର ଗୁଣ୍ଡା ମାନେ ଏଭଳି ରିଗିଂ କରିଥିବା ଅଭିଯୋଗ ଆଣି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପିର ଗୁଣ୍ଡାମାନେ ପ୍ରଲୋଭନ, ଧମକ ଓ ବ୍ୟାପକ ଚଞ୍ଚକତା କରି ବିଜେଡି ଭୋଟର ଯେପରି ମତଦାନ କରିନପାରିବେ, ବୁଥ ରିଗିଂ କରିଥିବା ନେଇ ଭିଡିଓ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ସେହିପରି ବରିର ମଧ୍ୟ ୧୨ଟି ବୁଥରେ ରିଗିଂ ଅଭିଯୋଗ କରିଛି ବିଜେଡି। ବିଜେପି ବିଧାୟକ ପ୍ରାର୍ଥୀଙ୍କ ଭାଇ ସୌମ୍ୟ ରଞ୍ଜନ ମଲ୍ଲିକ ଏଥିରେ ଭୋଟରଙ୍କୁ ସିଧାସଳଖ ବିଜେପି ଦେବାକୁ ବାଧ୍ୟ କରୁଥିବାର ଭିଡିଓରେ ରହିଛି। ପୋଲିଂ ଷ୍ଟେସନ ବାହାରେ ଭୋଟରମାନେ ଅପେକ୍ଷା କରି ରହିଛନ୍ତି। ଏଗୁଡ଼ିକରେ ଖୁଲମଖୁଲା ରିଗିଂ ହୋଇଥିବା ନେଇ ବିଜେଡି ଅଭିଯୋଗ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.