Below header

ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୬୬ % ଭୋଟିଂ

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଓ ୪୧ ବିଧାନସଭା ଆସନରେ ସରିଛି ଭୋଟିଂ। ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୬% ମତଦାନ ହୋଇଛି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୬୬ ପ୍ରତିଶତ, ଭଦ୍ରକ ୬୮, ବାଲେଶ୍ୱରରେ ୬୪, ଯାଜପୁର ୬୫, କେନ୍ଦ୍ରାପଡ଼ା ୬୫ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ୬୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟରେ ମତଦାନ ପ୍ରତିଶତ ଭଲ ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଆଜି ରାତି ସୁଦ୍ଧା ବୁଥ୍‌ରୁ ଫେରିବେ ସବୁ ପୁଲିଂ ପାର୍ଟି। ୩ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏବେ ଷ୍ଟଙ୍ଗ୍‌ ରୁମ୍‌ରେ ଇଭିଏମ୍‌ ସୁରକ୍ଷା ନେଇ ବ୍ୟାପକ ପଦକ୍ଷେପ ନିଆଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ତଚୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବାକୁ ଭୋଟରଙ୍କ ମଧ୍ୟରେ ଉତ୍ସାହ। ବିଶେଷ କରି ମହିଳା ଭୋଟରମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ। ଅନେକ ସ୍ଥାନରେ ସକାଳୁ ସକାଳୁ ଲମ୍ବାଧାଡିରେ ମହିଳାମାନେ ଭୋଟ ଦେବାକୁ ଛିଡ଼ା ହୋଇଥିଲେ। ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଥିଲା। ପ୍ରଥମ ୩ଟି ପର୍ଯ୍ୟାୟରେ ନିଜ ଅଧିକାର ସାବ୍ୟସ୍ତ କରିବାରେ ମହିଳାମାନେ ପୁରୁଷଙ୍କୁ ପଛରେ ପକାଇଥିଲେ। ଆଉ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ମହିଳାଙ୍କ ଆଗ୍ରହ ଦେଖିବାକୁ ମିଳିଛି।

କେବଳ ମହିଳା ଭୋଟର ନୁହନ୍ତି, ଫାଷ୍ଟ ଟାଇମ୍‌ ଭୋଟରଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯୁବପୀଢି ଥିଲେ ଆଗ୍ରହୀ। ଏକବିଂଶ ଶତାବ୍ଦୀର ଭୋଟର, ନିଜର ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ମଧ୍ୟ ଆଜି ନିଜ ନିଜ ବୁଥରେ ପହଞ୍ଚିଥିଲେ ମତାଧିକାର ସାବ୍ୟସ୍ତ କରିବାକୁ। ଏମାନେ କିପରି ଆରାମରେ ଓ ସୁବିଧାରେ ଭୋଟ ଦେଇପାରିବେ, ସେନେଇ ବୁଥଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଆଜି କେନ୍ଦ୍ରାପଡ଼ା,ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ହୋଇଛି ମତଦାନ। ଏହାସହ ପାଟକୁରା ବିଧାନସଭା କ୍ଷେତ୍ରକୁ ଛାଡି ରାଜ୍ୟରେ ନିର୍ବାଚନ ଶେଷ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.